www.samajalive.in
Sunday, December 14, 2025
19.1 C
Bhubaneswar

ଓୟୁଏଟି ପ୍ରବେଶିକା ଏପ୍ରିଲ ୨୯ରେ

ଭୁବନେଶ୍ୱର  : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ୟୁଜି ପାଠ୍ୟକ୍ରମରେ ନାମଲେଖା ଲାଗି ଯୁଗ୍ମ ପ୍ରବେଶିକା ପରୀକ୍ଷା ଏପ୍ରିଲ ୨୯(ରବିବାର) ତାରିଖରେ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀଙ୍କୁ ଓୟୁଏଟି ୱେବ୍‌ସାଇଟ www.ouat.nic.in ଏବଂ https://www.lokaseba-odisha.inରେ ଅନ୍‌ଲାଇନ୍‌ ଆବେଦନ କରିବାକୁ ପଡ଼ିବ। ପ୍ରବେଶିକା ପରୀକ୍ଷା ପାଇଁ ‘ଫର୍ମ ଏ’ରେ ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୧୫ ରଖାଯାଇଛି। ଓୟୁଏଟି ଅଧୀନସ୍ଥ କଲେଜଗୁଡ଼ିକରେ ନାମଲେଖା ପାଇଁ କାଉନ୍‌ସେଲିଂ ଜୁଲାଇ ୨୩ରୁ ୨୭ ମଧ୍ୟରେ ଅନୁଷ୍ଠିତ ହେବ। ଏହି ପ୍ରବେଶିକାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଓୟୁଏଟି ଅଧୀନସ୍ଥ କୃଷି ମହାବିଦ୍ୟାଳୟ, ଉଦ୍ୟାନ ବିଜ୍ଞାନ ମହାବିଦ୍ୟାଳୟ, ବନ ବିଜ୍ଞାନ ମହାବିଦ୍ୟାଳୟ, ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନ ମହାବିଦ୍ୟାଳୟ, କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟ, ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ଏବଂ କମ୍ୟୁନିଟି ବିଜ୍ଞାନ ମହାବିଦ୍ୟାଳୟର ୟୁଜି ପାଠ୍ୟକ୍ରମରେ ସମୁଦାୟ ୬୪୬ଟି ସିଟ୍‌ରେ ନାମ ଲେଖାଇପାରିବେ। +୨ ବିଜ୍ଞାନ ପରୀକ୍ଷାରେ ଉତ୍ତୀର୍ଣ୍ଣ କିମ୍ବା ୨୦୧୮ ବାର୍ଷିକ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ‘ଓୟୁଏଟି ପ୍ରବେଶିକା’ ପାଇଁ ଆବେଦନ କରିପାରିବେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories