www.samajalive.in
Saturday, December 13, 2025
26.1 C
Bhubaneswar

ଭାରତୀୟ କ୍ରିକେଟ ଜର୍ସି- ବାଏଜୁସ୍ ଇନ, ଓପ୍ପୋ ଆଉଟ

ମୁମ୍ବଇ: ଭାରତୀୟ କ୍ରିକେଟର୍‌ ଖୁବ୍ ଶୀଘ୍ର ସେମାନଙ୍କ ଅଫିସିଆଲ ଜର୍ସିରେ ନୂତନ ବ୍ରାଣ୍ଡ୍ ପିନ୍ଧିବାକୁ ଯାଉଛନ୍ତି। ଏବେ ଭାରତୀୟ କ୍ରିକେଟରଙ୍କ ଜର୍ସିରେ ଓପ୍ପୋ ଲେଖାଥିବା ବେଳେ ଆସନ୍ତା ସେପ୍ଟେମ୍ବରରୁ ବାଏଜୁସ୍ ଲେଖା ଦେଖିବାକୁ ମିଳିବ। ଏବେ ଓପ୍ପୋ ଭାରତୀୟ କ୍ରିକେଟରଙ୍କ ଜର୍ସି ପ୍ରାୟୋଜନ ଅଧିକାର ବାଏଜୁସ୍‌କୁ ପ୍ରଦାନ କରିଛି। ଭାରତୀୟ ସିନିୟର ଓ ଜୁନିୟର ପୁରୁଷ ଓ ମହିଳା କ୍ରିକେଟରଙ୍କ ଜର୍ସିରେ ବାଏଜୁସ୍ ରହିବ।

୨୦୧୭ ମାର୍ଚ୍ଚରେ ଚୀନ୍‌ର ମୋବାଇଲ ଫୋନ୍ ନିର୍ମାଣକାରୀ ସଂସ୍ଥା ଓପ୍ପୋ ୧୦୭୯ କୋଟି ଟଙ୍କା ଦେଇ ବିସିସିଆଇ ନିକଟରୁ ୫ ବର୍ଷ ପାଇଁ ଭାରତୀୟ କ୍ରିକେଟରଙ୍କ ଜର୍ସି ଅଧିକାର କିଣିଥିଲା। ଫଳରେ ଭାରତୀୟ କ୍ରିକେଟର୍‌ଙ୍କ ଜର୍ସିରେ ଓପ୍ପୋ ଲେଖାଥିବା ଦେଖିବାକୁ ମିଳିଥିଲା। ହେଲେ ଏବେ ଓପ୍ପୋ କମ୍ପାନୀ କ୍ରିକେଟରଙ୍କ ଜର୍ସି ଅଧିକାର ବାଙ୍ଗାଲୋରସ୍ଥିତ ଅନ୍‌ଲାଇନ୍‌ ଶିକ୍ଷା ସଂସ୍ଥା ବାଏଜୁସ୍‌କୁ ବିକ୍ରି କରିଦେଇଛି। ଫଳରେ ଗୁରୁବାର ଓପ୍ପୋ, ବାଏଜୁସ୍ ଓ ବିସିସିଆଇ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ମାତ୍ରାଧିକ ଟଙ୍କାରେ ଜର୍ସି ରାଇଟ୍‌ସ କିଣିଥିବା ଅନୁଭବ କରି ଓପ୍ପୋ କମ୍ପାନୀର ପଦାଧିକାରୀ ଏହି ପଦକ୍ଷେପ ଗ୍ରହଣ କରିଥିବା ଅନୁମାନ କରାଯାଉଛି। ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ଗସ୍ତରେ ସିରିଜ୍‌ ଖେଳିବା ସମୟରେ ସେମାନଙ୍କ ଜର୍ସିରେ ଓପ୍ପୋ ରହିବ। ତେବେ ସେପ୍ଟେମ୍ବରରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା କ୍ରିକେଟ୍‌ ସିରିଜ୍‌ ସମୟରେ ଭାରତୀୟ କ୍ରିକେଟର୍‌ଙ୍କ ଜର୍ସିରେ ଓପ୍ପୋ ବଦଳରେ ବାଏଜୁସ୍ ଲେଖା ଦେଖିବାକୁ ମିଳିବ। ଜର୍ସି ଅଧିକାରରେ ଅଦଳବଦଳ ଯୋଗୁଁ ବିସିସିଆଇ କୌଣସି ଆର୍ଥିକ କ୍ଷତି ସହିବନାହିଁ। ବର୍ତ୍ତମାନ ସୁଦ୍ଧା ଓପ୍ପୋ ବିସିସିଆଇକୁ ପ୍ରତି ମ୍ୟାଚ୍‌ ପିଛା ନିର୍ଦ୍ଧାରିତ ଅର୍ଥ ପ୍ରଦାନ କରିସାରିଛି। ସେପ୍ଟେମ୍ବରରୁ ଭାରତୀୟ ଦଳ ଯେଉଁସବୁ ମ୍ୟାଚ୍‌ ଖେଳିବ; ସେହି ମ୍ୟାଚ୍‌ର ଜର୍ସି ଅଧିକାର ଅନୁଯାୟୀ ବାଏଜୁସ୍ ବିସିସିଆଇକୁ ଅର୍ଥ ପ୍ରଦାନ କରିବ। ସେହିପରି ଓପ୍ପୋକୁ ମଧ୍ୟ ବାଏଜୁସ୍ ସଂସ୍ଥା କିଛି ଅର୍ଥ ପ୍ରଦାନ କରିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories