www.samajalive.in
Saturday, December 6, 2025
19.1 C
Bhubaneswar

ବି.ଭି ଶ୍ରୀନିବାସ ଭାରତୀୟ ଯୁବ କଂଗ୍ରେସର ଅଧ୍ୟକ୍ଷ

ନୂଆଦିଲ୍ଲୀ :  କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ବୁଧବାର ବି.ଭି ଶ୍ରୀନିବାସଙ୍କୁ ଦଳର ଯୁବ ୱିଙ୍ଗ, ଭାରତୀୟ ଯୁବ କଂଗ୍ରେସର ଅଧ୍ୟକ୍ଷ ଭାବରେ ନିଯୁକ୍ତି  ଦେଇଛନ୍ତି। ଦଳର ସାଧାରଣ ସମ୍ପାଦକ (ସଂଗଠନ) କେସି ବେଣୁଗୋପାଲଙ୍କ ସରକାରୀ ବିବୃତ୍ତି ଅନୁଯାୟୀ ଶ୍ରୀନିବାସଙ୍କୁ ତତ୍କାଳ ଯୁବ କଂଗ୍ରେସର ଅଧ୍ୟକ୍ଷ କରାଯାଇଛି। ଏହାପୂର୍ବରୁ ଶ୍ରୀନିବାସ ଭାରତୀୟ ଯୁବ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ଥିଲେ।

୨୦୧୯ ଲୋକସଭା ନିର୍ବାଚନ ପରେ ଭାରତୀୟ ଯୁବ କଂଗ୍ରେସର ତତ୍କାଳୀନ ଅଧ୍ୟକ୍ଷ କେଶବ ଚାନ୍ଦ ଯାଦବ ପଦରୁ ଇସ୍ତଫା ଦେଇଥିଲେ, ପରେ ଶ୍ରୀନିବାସଙ୍କୁ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା। ଯେତେବେଳେ ତତ୍କାଳୀନ ଏହି ପଦରୁ ଇସ୍ତଫା ଦେଇଥିଲେ। ୪୮ ବର୍ଷ ବୟସ୍କ ଶ୍ରୀନିବାସ ତାଙ୍କର ରାଜନୈତିକ କ୍ୟାରିଅର୍ ଏଡ଼ଏସୟୁଆଇର ସଦସ୍ୟ ଭାବରେ ଆରମ୍ଭ କରିଥିଲେ।
କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ, ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ହେବା ପରଠାରୁ ଶ୍ରୀନିବାସ ସରକାର ବିରୋଧୀ ପ୍ରଦର୍ଶନ ଏବଂ ସାମାଜିକ କାର୍ଯ୍ୟରେ ଅତ୍ୟନ୍ତ ସକ୍ରିୟ ଥିଲେ, ଯେଉଁଥିପାଇଁ ପାର୍ଟି ହାଇକମାଣ୍ଡ ତାଙ୍କୁ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଦାୟିତ୍ୱ ଦେଇଛନ୍ତି।

- Advertisement -

ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଭାବରେ ନିଯୁକ୍ତ ହେବା ପରେ ଶ୍ରୀନିବାସ କହିଛନ୍ତି ଯେ ‘ମୋ ଉପରେ ବିଶ୍ୱାସ ରଖି ଥିବାରୁ ସୋନିଆଜୀ ଏବଂ ରାହୁଲଜୀଙ୍କୁ ମୁଁ ଧନ୍ୟବାଦ ଦେଉଛି । ଆମେ ଯୁବ କଂଗ୍ରେସ ମାଧ୍ୟମରେ ଯୁବବର୍ଗଙ୍କ ସ୍ୱର ଉତ୍ତୋଳନ କରିବା, ସଂଗଠନକୁ  ମଜବୁତ କରିବା ଏବଂ କଂଗ୍ରେସ ଆଦର୍ଶକୁ ଆଗକୁ ବଢାଇବା ପାଇଁ କାର୍ଯ୍ୟ କରିବୁ ।’

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories