www.samajalive.in
Wednesday, December 10, 2025
17.1 C
Bhubaneswar

ପାଇକ ରେଜିମେଣ୍ଟ ଗଠନ ଓ ଖୋର୍ଦ୍ଧାଗଡ ବିକାଶ ଦାବିରେ ଆନ୍ଦୋଳନ

ଭୁବନେଶ୍ୱର: ଭାରତ ବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ପାଇକ ବିଦ୍ରୋହର କର୍ଣ୍ଣଧାର ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ ରାଜ୍ୟ ପାଇକ ଆଖଡା ମହାସଂଘ ପକ୍ଷରୁ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଏକ ସଂକଳ୍ପ ସମାବେଶ ଓ  ଆନ୍ଦୋଳନ ଆରମ୍ଭ ହୋଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରୁ ଶହଶହ ପାଇକ ବାହିନୀ ଆସି ସମର ପାଇକ ଆଖଡା, ସମର କଳା ପ୍ରଦର୍ଶନ କରି ରଣହୁଙ୍କାର ଦେଇ ବକ୍ସ ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରୁ ସହର ଅଭିମୁଖେ ଏକ ଶୋଭାଯାତ୍ରାରେ ବାହାରିଥିଲେ । ସେମାନଙ୍କର ଦାବିଥିଲା ଭାରତର ଶେଷ ସ୍ୱାଧୀନ ଦୁର୍ଗ ଖୋର୍ଦ୍ଧାଗଡ ତଥା ସ୍ୱାଧୀନତା ସଂଗ୍ରାମର ଏନ୍ତୁଡିଶାଳର ପୁନରୁଦ୍ଧାର କରାଯାଉ । ଏପରି ହେଲେ ଓଡ଼ିଆ ଜାତିର ବୀରତ୍ୱପୂର୍ଣ୍ଣ ଅସ୍ମିତା ସମଗ୍ର ବିଶ୍ୱବାସୀଙ୍କ ଦୃଷ୍ଟିକୁ ଆସିପାରିବ ।

ସେହିପରି ପଞ୍ଜାବ, ବିହାର, ଆସାମ, ଶିଖ୍‌ ରେଜିମେଣ୍ଟ ଆଦି ଥିବା ବେଳେ କଳିଙ୍ଗ ଯୁଦ୍ଧ ଠାରୁ ପାଇକ ସଂଗ୍ରାମ ପର୍ଯ୍ୟନ୍ତ ଦେଶ ମାତୃକାର ସେବା ପାଇଁ ସଂଗ୍ରାମ କରିଥିବା ଓଡ଼ିଆ ବୀର ପାଇକମାନଙ୍କର ପାଇକ ରେଜିମେଣ୍ଟ ନାହିଁ । ତେଣୁ ଏକ ମାସ ମଧ୍ୟରେ ପାଇକ ରେଜିମେଣ୍ଟ ଗଠନ ଓ ଖୋର୍ଦ୍ଧାଗଡର ପୁନରୁଦ୍ଧାର କରାନଗଲେ ଓଡ଼ିଶାରୁ ହଜାର ହଜାର ପାଇକ ରାଜଧାନୀରେ ବିପ୍ଳବ ପ୍ରଦର୍ଶନ କରିବେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାମ୍ବାଦିକ ଶ୍ରୀ ପ୍ରଦ୍ୟୁମ୍ନ ଶତପଥୀ, ପାଇକ ଗୁରୁ ଗଣେଶ ସାମନ୍ତ ତଥା ପାଇକ ସଂଗଠକ ଶ୍ରୀ ଅଜୟ ଗୁମାନ ସିଂ ଓ ଟୁଲୁ ଭୁଜବଳ ପ୍ରମୁଖ ନିଜର ବକ୍ତବ୍ୟ ମାଧ୍ୟମରେ ଦୁଇଟି ଦାବି ରଖିଛନ୍ତି । ଦାବି ପୂରଣ ନହେଲେ ସଂଗ୍ରାମ ହେବ ବୋଲି ମତବ୍ୟକ୍ତ କରିଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories