nua o banner

ଟାଟା-ନଗରରେ ଓଡିଶା ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା; ୧୫ ଜଣ ଯାତ୍ରୀ ଆହତ

BSKY banner  750×100
0

ଝାଡଖଣ୍ଡ: ଟାଟା ନଗର ନିକଟରେ ଓଡିଶାର ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୧୫ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ କାହାର ମୃତ୍ୟୁ ଘଟି ନଥିବା ସୂଚନା ମିଳିଛି । ସେମାନଙ୍କୁ ଟାଟା ନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଓଡିଶାର ୫୦ ଜଣ ଯାତ୍ରୀଙ୍କୁ ନେଇ ତୀର୍ଥ କରିବାକୁ ବସଟି ଆଜମେର ଯାଉଥିଲା । ଏଥିରେ କଟକ, କେନ୍ଦ୍ରାପଡା ଓ ବାଲେଶ୍ବର ସୋର ଅଞ୍ଚଳର ଲୋକ ଥିଲେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ବସଟି ଏକ ପୋଲ ନିକଟରେ ପାର୍କିଂରେ ରହିଥିବା ବେଳେ ପଛ ପଟରୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଟ୍ରକଟି ପୋଲ ତଳକୁ ଖସି ପଡିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Leave A Reply