ବସ୍ ଦୁର୍ଘଟଣାଗ୍ରସ୍ତ, ୧୨ ଆହତ

ଖୋର୍ଦ୍ଧା : ରାସ୍ତାରୁ ଯାତ୍ରୀବାହୀ ବସ୍ ଖସିପଡି ୧୨ ଜଣ ଆହତ ହୋଇଛନ୍ତି । ବୋଲଗଡ ଗୋପବନ୍ଧୁ ଛକରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୨ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ହୋଇଛନ୍ତି । ବସ ସାମ୍ନାପଟ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବାବେଳେ ଡ୍ରାଇଭର ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଓ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Comments are closed.