କୋରାପୁଟ : କୋରାପୁଟ ଜିଲା ପଟାଙ୍ଗି ନିକଟ କାଉଗୁଣ୍ଠାରେ ଏକ ବସ ଭାରସାମ୍ୟ ହରାଇ ଓଲଟି ପଡିଛି। ବସରେ ଥିବା ୨୦ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ପଟାଙ୍ଗି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବସର କଣ୍ଡକ୍ଟର ଗୁରୁତର ହୋଇଛନ୍ତି। ତାଙ୍କର ଗୋଟିଏ ଗୋଡ ଭାଙ୍ଗି ଯାଇଥିବା ଜଣାପଡିଛି। ତାଙ୍କୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ଭୋର ପ୍ରାୟ ୫ଟା ବେଳେ ଏକ ଯାତ୍ରୀବାହୀ ବସ ଭୁବନେଶ୍ବରରୁ ଜୟପୁର ଯାଉଥିଲା।



