ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ପଞ୍ଚାୟତ ବୁରୁବୁଡା ଶିବ ମନ୍ଦିରରେ ଶୀତଳଷଷ୍ଠୀ ଯାତ୍ରା ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ଚୟନ ହୋଇଥିବା ମହାଦେବଙ୍କ ପିତାମାତା ଭାବେ ଟଭାପଦର ଗ୍ରାମର ବିକ୍ରମ ପ୍ରଧାନ ଓ ସରିତାରାଣି ପ୍ରଧାନ ଏବଂ ମାତା ପାର୍ବତୀଙ୍କ ପିତା ଶେଷଦେବ ପ୍ରଧାନ ଓ ମାତା କୌଶଲ୍ୟା ପ୍ରଧାନ ହୋଇଥିଲେ। ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ବାବା ଗୁପ୍ତେଶ୍ଵର ମନ୍ଦିରରୁ ମହାଦେବ ଓ ମାତା ପାର୍ବତୀଙ୍କୁ ପିତାମାତାଙ୍କ ଘରକୁ ନିଆଯାଇଥିଲା। ପରେ ମହାଦେବ ଟଭାପଦର ଗ୍ରାମରୁ ଏକ ସାଂସ୍କୃତିକ ଶୋଭାଯାତ୍ରାରେ ବରଯାତ୍ରୀ ଆସି ବୁରୁବୁଡା ଶିବ ମନ୍ଦିରରେ ପହଞ୍ଚିଥିଲା। କନ୍ୟା ଘର ପକ୍ଷରୁ ମହାଦେବଙ୍କୁ ବାଟ ବରଣ କରି ବେଦି ପାଖକୁ ନେଇଥିଲେ। ସେଠାରେ ନିର୍ଦ୍ଧାରିତ ଲଗ୍ନରେ ନିର୍ବନ୍ଧ କାର୍ଯ୍ୟକ୍ରମ ସମାପନ ହୋଇଥିଲା। ପରେ ସେଠାରେ ଉଭୟ ପରିବାର ଲୋକ ଓ ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ବୈଦିକ ରୀତିନୀତିରେ ଦେବ ଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଥିଲା।

ଉଭୟ ପରିବାର ସହ ମନ୍ଦିର କମିଟି ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଏହି ଶୀତଳ ଷଷ୍ଠୀ କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ୍ଦ୍ର ପ୍ରଧାନ, ସମ୍ପାଦକ ଲବକିଶୋର ପ୍ରଧାନ, ସହସମ୍ପାଦକ ଶୁଭ୍ରଜିତ ପ୍ରଧାନ, କୋଷାଧ୍ୟକ୍ଷ ସୁବାଷ ପଣ୍ଡାଙ୍କ ସମେତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।



