www.samajalive.in
Saturday, December 13, 2025
26.1 C
Bhubaneswar

ବୁର୍ଲା ଭିମସାର କୋଭିଡ଼ ହସପିଟାଲ: କାମ କରୁନି ଆଇସିୟୁ- ୧୦ ରୋଗୀ ଭର୍ତ୍ତି; ଅସଙ୍ଗତି ଦୂର ନ ହେଲେ ବାତିଲ ହୋଇପାରେ ଅସ୍ଥାୟୀ ଅନୁମତି

ବୁର୍ଲା: ବୁର୍ଲା ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର)ର ନୁତନ ନ’ତାଲା ବିଶିଷ୍ଟ ତ୍ରୁଟିପୁର୍ଣ୍ଣ କୋଠାରେ ଚଳିତ ମାସ ୧୨ ତାରିଖରେ କୋଭିଡ଼ ହସପିଟାଲ ନାମକୁ ମାତ୍ର ଉଦଘାଟିତ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୦ ଜଣ କରୋନା ରୋଗୀ ସାଧାରଣ ଶଯ୍ୟାରେ ଭର୍ତ୍ତି ହୋଇଥିବା ବେଳେ ବୌଦ୍ଧ ଜିଲ୍ଲାର ମହିଳା ରୋଗୀଙ୍କ ଅବସ୍ଥା ଶଙ୍କଟାପର୍ଣ୍ଣ ହେବାପରେ ତାଙ୍କୁ ସମ୍ବଲପୁର କୋଭିଡ଼଼ ହସପିଟାଲକୁ ଆଇସିୟୁ ଶଯ୍ୟା ପାଇଁ ପ୍ରେରିତ କରଯାଇଥିଲା। ମାତ୍ର ବର୍ତ୍ତମାନ ସୁଦ୍ଧା ତ୍ରୁଟିପୁର୍ଣ୍ଣ କୋଠାର ଅସଙ୍ଗତି ଦୁର ହୋଇନାହିଁ । ସର୍ତ୍ତମୁଳକ ଏକ ମାସର ଅଗ୍ନି ନିରାପତ୍ତା ଅନୁମତିରେ ଚାଲିଛି କୋଠା। ଏହା ଫଳରେ ଆଇସିୟୁ ଶଯ୍ୟା କାର୍ଯ୍ୟକ୍ଷମ କରଯାଇ ପାରୁ ନାହିଁ ବୋଲି ସଚେତନ ବର୍ଗରେ ସମାଲୋଚନା ହେଉଛି। ବର୍ତ୍ତମାନ ସୁଦ୍ଧା ନ’ତାଲା ବିଶିଷ୍ଟ କୋଠାକୁ ସମ୍ପୁର୍ଣ୍ଣ ଭାବରେ ଭିମସାରକୁ ହସ୍ତାନ୍ତର ହୋଇ ପାରି ନାହିଁ।
ଭିମସାରର ମୁଣ୍ଡକଥାର କାରଣ ପାଲଟିଥିବା ଏହି ସମ୍ପୁର୍ଣ୍ଣ ତ୍ରୁଟିପୁର୍ଣ୍ଣ ଭାବରେ ନିର୍ମିତ ହୋଇଥିବା ନ’ତାଲା ବିଶିଷ୍ଟ କୋଠାକୁ ନେଇ ବିଗତ ଛଅବର୍ଷ କାଳ ଧରି ଛକାପଞ୍ଜା ମଧ୍ୟରେ ରହି ଆସୁଛି। ସେପଟେ ସରକାରୀ କଳ ଏହାକୁ କୋଭିଡ଼ ହସପିଟାଲ କରାଯିବା ନିର୍ଦ୍ଦେଶନାମା ଜାରି କରିବା ପରେ କିଛିଟା ମାତ୍ରାରେ ଭିମସାରର ମୁଣ୍ଡବଥା ହ୍ରାସ ପାଇଥିଲା। ପ୍ରାୟ ୧୧ କୋଟି ଟଙ୍କାରେ ନର୍ମିତ କୋଠାଟି ଭୁତକୋଠି ପାଲଟିବା ଆଶଙ୍କା ଘନିଭୁତ ହୋଇଥିଲା। ସେପଟେ ଏହି କୋଠାର ଉପରୁ ତଳ ଯାଏ ଅସଙ୍ଗତି କାନ୍ଥ ମାନଙ୍କରେ ବକ୍ରତା ଏବଂ ବିଭିନ୍ନ ସ୍ଥାନରେ ଫାଟ ସ୍ପଷ୍ଟ ବାରି ହେଉଛି। ସେ ଯାହା ହେଉ ଚଳିତ ମାସ ୧୨ ତାରିଖରୁ ଭିମସାର ତରଫରୁ କୋଭିଡ଼ ହସପିଟାଲ ସାଧାରଣ ଶଯ୍ୟାରେ ଆରମ୍ଭ କରାଯାଇଥିଲା। କୋଭିଡ଼ କେୟାର ସଦୃଶ ସାଧାରଣ କରୋନା ରୋଗୀ ମାନଙ୍କୁ ଭିମସାର କୋଭିଡ଼ ହସପିଟାଲରେ ରଖାଯାଉଥିବାବେଳେ ପୂର୍ବପରି ବର୍ତ୍ତମାନ ସୁଦ୍ଧା ସମ୍ବଲପୁର କୋଭିଡ଼ ହସପିଟାଲଙ୍କୁ ଗୁରୁତର ମାନଙ୍କୁ ପ୍ରେରିତ କରାଚାଲିଛି। ୨୨ଟି ଆଇସିୟୁ ଶଯ୍ୟା କାର୍ଯ୍ୟକ୍ଷମ ହୋଇ ପାରିନାହିଁ।
ସେପଟେ କୋଠାର ଚାବିକାଠି ବର୍ତ୍ତମାନ ସୁଦ୍ଧା ଠିକାଦାରଙ୍କ ପାଖରେ ରହିଥିବା ବେଳେ ଭିମସାରକୁ ହସ୍ତାନ୍ତର କରାଯାଇ ନାହିଁ । ଏହାର କାରଣ ଖୋଜିବାରୁ ଜଣାପଡ଼ିଲା ଯେ, ବର୍ତ୍ତମାନ ସୁଦ୍ଧା କୋଠାର ଅସଙ୍ଗତି ଦୁର ହୋଇ ପାରି ନାହିଁ। ଏହି ନ’ତାଲା କୋଠାକୁ ଅଗ୍ନିନିରାତ୍ତା ଅନୁମତି ସ୍ଥାୟୀ ଭାବରେ ମିଳି ପାରି ନାହିଁ। ସେପଟେ କାମଚଳା ଭାବରେ ଏକମାସର ସର୍ତ୍ତମୁଳକ ଅନୁମତି ଅଗ୍ନିଶମ ବିଭାଗ ତରଫରୁ ଦିଆ ଯାଇଥିବା ଜଣେ ଅଧିକାରୀଙ୍କ ସୁତ୍ରରୁ ଜଣାପଡ଼ିଛି। ସୁଚନା ଥାଉକି, ଗତ ୨୦୧୫ ମସିହାରୁ ତ୍ରୁଟିପୁର୍ଣ୍ଣ କୋଠା ଅଗ୍ନିନିରାପତ୍ତା ଅପେକ୍ଷାରେ ରହିଥିଲା ଏବଂ ବହୁବାର ଅଗ୍ନିଶମ ବିଭାଗୀୟ ଅଧିକାରୀ କୋଠା ବୁଲି ଯାଇସାରିଥିଲେ ମାତ୍ର ଅନୁମତି ଦେଇ ନ ଥିଲେ। ଗତ ସେପ୍ଟେମ୍ବର ମାସ ୫ ତାରିଖରୁ ମଧ୍ୟ ଅଗ୍ନିଶମ ବିଭାଗୀୟ ଅଧିକାରୀ ବହୁବାର ଏହି ଅଗ୍ନିନିରାପତ୍ତା ପାଇଁ କୋଠା ଅସଙ୍ଗତି ଦୁର କରାଯିବା ପାଇଁ ଦର୍ଶାଇ ଆସିଛନ୍ତି, ତଥାପି ବର୍ତ୍ତମାନ ସୁଦ୍ଧା ଅସଙ୍ଗତି ଦୁର ହୋଇ ପାରି ନାହିଁ। କେତେକ ଅସଙ୍ଗତିକୁ ପୁଣି ସୁଧାରିବା ପାଇଁ ଉକ୍ତ ସର୍ତ୍ତମୁଳକ ଅନୁମତିରେ ବ୍ୟକ୍ତ କରାଯିବା ସହିତ ଯଦିବା ଉକ୍ତ ଅସଙ୍ଗତି ମାନ ଦୁର ନ ହୁଏ ତା ହେଲେ ଅଗ୍ନିନିରାପତ୍ତା ଅନୁମତିକୁ ବାତିଲ କରିଦିଆଯିବ ବୋଲି ଜଣାପଡ଼ିଛି, ଯାହା ଠିକାଦାରଙ୍କ ପାଇଁ ଏକ ଆହ୍ୱାନ ସଦୃଶ ହୋଇଛି।
ଅଟୋ ୱାଟର ସ୍ପ୍ରେୟର କାମ ନ କରିବା, କୋଠାର ନିଜସ୍ୱ ପାଣିଟାଙ୍କି ବ୍ୟବସ୍ଥା ହୋଇ ନ ପାରିବା ସହିତ ଅନ୍ୟାନ୍ୟ ଅସଙ୍ଗତି ବର୍ତ୍ତମାନ ସୁଦ୍ଧା ରହିଛି। ଏହା ସହିତ ଅନ୍ୟାନ୍ୟ ଅସଙ୍ଗତି ମାନଙ୍କୁ ସୁଧାରିବା ପାଇଁ କୁହାଯାଇଛି। ଏଥିପାଇଁ ବର୍ତ୍ତମାନ ସୁଦ୍ଧା କୋଭିଡ଼ ହସପିଟାଲର ଶଙ୍କଟାପର୍ଣ୍ଣ କରୋନା ରୋଗୀଙ୍କ ପାଇଁ ଆଇସିୟୁ ଶଯ୍ୟା କରାଯାଇ ପାରୁ ନାହିଁ ବୋଲି ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଲିଫ୍ଟର ଫଲଟ ଯାଇ ପାରି ନାହିଁ। ଏପରିକି ମଝିରେ ଲିଫ୍ଟ କମ୍ପାନିର ଦୁଇଜଣ ଇଞ୍ଜିନିୟର ଏହାର ତ୍ରୁଟି ସୁଧାରିବା ପାଇଁ ଆସିଥିଲେ ମଧ୍ୟ ଏହାର ଫଲଟ ବର୍ତ୍ତମାନ ସୁଦ୍ଧା ରହିଛି। ତେବେ ଆସନ୍ତା ୨୦ ତାରିଖ ମଧ୍ୟରେ ଆଇସିୟୁ ଶଯ୍ୟା ପ୍ରସ୍ତୁତ ହୋଇଯିବ ବୋଲି ହସପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories