www.samajalive.in
Thursday, December 11, 2025
16.1 C
Bhubaneswar

ଭୂମିହୀନଙ୍କୁ ଯୋଗ୍ୟତା ପ୍ରମାଣପତ୍ର ବଣ୍ଟନ

ଆଠଗଡ : ସହରାଞ୍ଚଳରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ରାଜ୍ୟ ସରକାରଙ୍କ ‘ଯାଗା’ ମିଶନରେ ବାସଗୃହ ପାଇଁ ଜମି ଯୋଗଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ଆଠଗଡ ଏନଏସି ଅଞ୍ଚଳରେ ବସବାସ କରୁଥିବା ବହୁ ଭୂମିହୀନଙ୍କୁ ବାସଗୃହ ପାଇଁ ଜମି ଯୋଗାଇ ଦିଆଯାଇଛି। ଏହି କ୍ରମରେ ୨ୟ ପର୍ଯ୍ୟାୟରେ ‘ଯାଗା’ ମିଶନ ଯୋଜନାରେ ୭ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ସରକାରୀ ଜମି ଯୋଗାଇଦେବା ଲାଗି ଭୂମିହୀନ ଯୋଗ୍ୟତା ପ୍ରମାଣପତ୍ର ବଣ୍ଟନ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶାଲତା ରଚମାଳା ଦେଶର ସହରାଞ୍ଚଳରେ ବସବାସ କରୁଥିବା ଭୂମିହୀନଙ୍କୁ ଚିହ୍ନଟ କରି ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା କ୍ଷେତ୍ରରେ ଓଡିଶା ପ୍ରଥମ ରାଜ୍ୟ ବୋଲି ପ୍ରକାଶ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଆଠଗଡ ଉପଜିଲ୍ଲାପାଳ ତଥା ଏନଏସିର ପ୍ରଶାସକ ଅଜାମ୍ବର ମହାନ୍ତି ଆଠଗଡ ସହରାଞ୍ଚଳରେ ବିଭିନ୍ନ ବସ୍ତିରେ ବସବାସ କରୁଥିବା ୭ଜଣ ଭୂମିହୀନ ହିତାଧିକାରୀଙ୍କୁ ସରକାରୀ ଜମି ଯୋଗଣ ଲାଗି ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରିଥିଲେ। ଶ୍ରୀ ମହାନ୍ତି ଉଦ୍‍ବୋଧନ ଦେଇ କହିଥିଲେ ଖୁବ୍‍ଶୀଘ୍ର ଏହି ଭୂମିହୀନ ହିତାଧିକାରୀମାନଙ୍କୁ ରାଜସ୍ୱ ଓ ତହସିଲ ପ୍ରଶାସନ ପକ୍ଷରୁ ଅତିକମ୍‍ରେ ୪ଡେସିମିଲ ଲେଖାଏଁ ଜମି ଯୋଗାଇ ଦିଆଯିବ ଏବଂ ତା ପରେ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଥିଲେ। ସଂପୃକ୍ତ ହିତାଧିକାରୀ ଜମି ପାଇବା ପରେ ସେମାନଙ୍କୁ ସେଥିରୁ କେବେବି ବେଦଖଲ କରାଯାଇପାରିବନି ବୋଲି ଉପଜିଲ୍ଲାପାଳ ଶ୍ରୀ ମହାନ୍ତି ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧି ଭାବେ ପୂର୍ବତନ ନଗରପାଳ ସୁଚିତ୍ରା ସାହୁ, ପୂର୍ବତନ କାଉନସିଲର ଶିଶିର ପ୍ରସାଦ ମାନସିଂହ, ସୁଧାଂଶୁ ଶେଖର ଦଳାଇ, ସାମାଜିକ କର୍ମୀ ରଞ୍ଜନ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories