ଭିମସାର କର୍ତ୍ତୃପକ୍ଷଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେଲା ସ୍ୱାସ୍ଥ୍ୟ ବିଭାଗ
ନୁଆପଡ଼ାରୁ ବୁର୍ଲାକୁ ରୋଗୀଙ୍କୁ ଫେରାଇ ଆଣି ଆମ୍ବୁଲାନସରେ ରାତିସାରା ବନ୍ଦ ରଖିବା ଘଟଣା
ବୁର୍ଲା: ଗତ ୨୦୨୦ ମସିହା ମେ ମାସର ଘଟଣା ବୁର୍ଲା ଘରୋଇ ଆମ୍ବୁଲାନ୍ସ ଛାତି ଓ ସଂକ୍ରମଣ ରୋଗ ବିଭାଗର ଜନୈକ ରୋଗୀ ଏବଂ ସମ୍ପର୍କିୟଙ୍କୁ ଆମ୍ବୁଲାନ୍ସ ଭଡା ଦେଇ ନ ପାରିବାରୁ ପୁଣି ତାଙ୍କ ଘର ସମ୍ମୁଖ ନୁଆପଡ଼ାରୁ ବୁର୍ଲାକୁ ଫରାଇ ଆଣି ରୋଗି ସମେତ ତାଙ୍କ ଶିଶୁ ତଥା ସ୍ତ୍ରୀକକୁ ଆମ୍ବୁଲାନ୍ସ ମଧ୍ୟରେ ରାତିସାରା ବନ୍ଦ କରି ଦେଇଥିବା ଘଟଣାକୁ ନେଇ ଜାତୀୟ ମନବାଧିକାର କମିଶନ ପକ୍ଷରୁ ଏକ ଶୌଚାଳୟ ସମ୍ମୁଖରେ ଗାଡ଼ି ରଖିଦେଇ ଟଙ୍କା ମାଗିଥିଲେ। ଫଳରେ ଭୋକରେ ପ୍ରାୟ ·ରିଘଣ୍ଟା ସମୟ ଧରି ରୋଗୀଙ୍କ ସହିତ ପରିବାର ବର୍ଗ ଛଟପଟ ହୋଇଥିଲେ।
ସୁଚନା ଅନୁସାରେ, ନୂଆଁପଡା ଜିଲ୍ଲା ରାଜ ଖରିଆର ଅଞ୍ଚଳର ସର୍ବେଶ୍ୱର ମାଝି (୩୦) ଗତ ୨୦୨୦ ମସିହା ଏପ୍ରିଲ ମାସ ୧୫ ତାରିଖରୁ ବୁର୍ଲା ଭିମସାରରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇ ଆସୁଥିଲେ। ତାଙ୍କ ଅଣ୍ଟାରେ ଜନିତ ସମାସ୍ୟା ରହିଥିବାରୁ ତାଙ୍କୁ ଅସ୍ଥିଶଲ୍ୟ ବିଭାଗରେ ଭର୍ତି କରାଯାଇଥିଲା। ଡାକ୍ତର ଡିସ·ର୍ଜ କରିବା ପରେ ନିଜ କୁନି ପୁଅ ଓ ତାଙ୍କ ସ୍ତ୍ରୀ ନିଜ ଘରକୁ ଯିବା ପାଇଁ ବାହାରିଥିଲେ। ମାଁ ତାରିଣି ଟ୍ୟାକ୍ସି ଷ୍ଟାଣ୍ଡରୁ ଏକ ଘରୋଇ ଆମ୍ବୁଲାନ୍ସ ମାଲିକ ଛୋଟେଲାଲ୍ ଗୁପ୍ତାଙ୍କ ଗାଡି ଭଡାସୁତ୍ରରେ ନେଇଥିଲେ। ଗାଡିଟି ୫ ହଜାର ୨୦୦ ଟଙ୍କାରେ ଭଡା ନିର୍ଦ୍ଧାରିତ ହୋଇଥିଲା। ଅସୁସ୍ଥ ସର୍ବେଶ୍ୱରଙ୍କ ପାଖରେ ମାତ୍ର ୧୫୦୦ ଟଙ୍କା ରହିଥିଲା । ସଂନ୍ଧ୍ୟା ସମୟ ପ୍ରାୟ ୭ ଟା ୩୦ ସମୟରେ ଘରକୁ ପହଞ୍ଚିଥିଲେ। ତାଙ୍କ ପାଖରେ ଆଉ ଟଙ୍କା ନ ଥିବାରୁ କେହି ଜଣେ ସମ୍ପର୍କିୟ ତାଙ୍କୁ ଟଙ୍କା ଆଣିଦେବେ ବୋଲି କହିଥିଲେ। ତେବେ ସର୍ବେଶ୍ୱର ଆମ୍ବୁଲାନ୍ସ ·ଳକ ପ୍ରଦୀପ କୁମାର ପଟ୍ଟନାୟକଙ୍କୁ କିଛି ସମୟ ଅପେକ୍ଷା କରନ୍ତୁ ଟଙ୍କା ଆସୁଛି ଆସିଲେ ଦେଇଦେବି କହିଲେ। ଉକ୍ତ ଟ୍ୟାକ୍ସି ·ଳକ ପୁଣି ସର୍ବେଶ୍ୱର ଏବଂ ତାଙ୍କ ପରିବାରକୁ ବୁର୍ଲାକୁ ଫେରାଇ ଆଣିଥିଲେ ଘର ସମ୍ମୁଖରୁ।
ଏପ୍ରିଲ ମାସ ୨ ତାରିଖ ରାତି ପ୍ରାୟ ୧୨ ଟା ସମୟରୁ ସକାଳ ପର୍ଯ୍ୟନ୍ତ ବୁର୍ଲା ସହରର ଏକ ନିଛାଟିଆ ସ୍ଥାନରେ ଆମ୍ବୁଲାନ୍ସ ଭିତରେ ରୋଗୀ ତଥା ତାଙ୍କ ପରିବାର ବର୍ଗଙ୍କୁ ବନ୍ଦ କରି ରଖି ଦିଆଯାଇଥିଲା। ଏଭଳି ଏକ ଅମାନବିୟ ଘଟଣାକୁ ନେଇ ବେସ ନିନ୍ଦା କରାଯିବା ସହିତ ସେହି ସମୟରେ ବୁର୍ଲା ଥାନାରେ ମାମଲା ରୁଜୁ ହୋଇଥିଲା। ସେହି ସମୟରେ ଜନୈକ ଡ଼ାକ୍ତରଙ୍କୁ ଏହି ଘଟଣାରେ ଦୋଷୀ କରଯାଇ କାହିଁକି ମାଗଣା ଆମ୍ବୁଲାନସ ବ୍ୟବସ୍ତା ୧୦୮ ଭିମସାର ତରଫରୁ କରାଯାଇ ନ ଥିଲା ଏହାକୁ ନେଇ ଜାତୀୟ ମାନବାଧିକାର କମିଶନରେ ଏକ କେସ ୧୩୭୯ ତା୧୮/୩୦/୨୦ରିଖରେ ରଞ୍ଜିତ ସୁତାରଙ୍କ ତରଫରୁ କରାଯାଇଥିଲା। ସେହି ସମୟରେ ଜନୈକ ଡ଼ାକ୍ତରଙ୍କୁ କାହିଁକି ଆମ୍ବୁଲାନସ ବ୍ୟବସ୍ତା କରି ନ ଥିଲେ ବୋଲି ଦୋଷୀ କରାଯାଇଥିବା ବେଳେ ଅନ୍ୟ ଜଣେ ଭିମସାରର ଡ଼ାକ୍ତରଙ୍କୁ ରୋଗୀ ତଥା ତାଙ୍କ ପରିବାର ବର୍ଗଙ୍କୁ ଖାଦ୍ୟ ବ୍ୟବସ୍ତା ସହିତ ଘରକୁ ଯିବା ପାଇଁ ଆମ୍ବୁଲାନସ ବ୍ୟବସ୍ତା କରାଯିବା ପାଇଁ ଭୁୟାସୀ ପ୍ରଶଂସା କରାଯାଇଛି। ତେବେ ଏହି ଘଟଣାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏହି ଜାତୀୟ ମାନବାଧିକାର କମିଶନରେ କେସ ପରିପେକ୍ଷିରେ ଭିମସାର ଅଧିକ୍ଷକଙ୍କୁ ଘଟଣାର ପୁଙ୍ଖାନୁପୁଙ୍ଘ ତଦନ୍ତ କରାଯାଇ ଏହାର କାରଣ ସହ ଏହାର ରିପୋର୍ଟ ଦାଖଲ କରାଯିବା ସହ ନିଜ ମତ ମଧ୍ୟ ପ୍ରଦାନ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ତେବେ ଏହି ଘଟଣାକୁ ନେଇ ଭିମସାରର ଅଧିକ୍ଷକ ପ୍ରଫେସର ଲାଲମୋହନ ନାୟକଙ୍କୁ ଯୋଗାଯୋଗ କରାଯିବାରୁ ସେ ଏହାକୁ ନେଇ ଏକ କମିଟି ତଦନ୍ତ କରିବ ଏବଂ ଏହାର ଅଧ୍ୟକ୍ଷା ପ୍ରଫେସର ପ୍ରଭାତି ଦତ୍ତ ରହିଥିବା ସୁଚନା ଦେଇଛନ୍ତି। ଏହା ସହିତ ଉକ୍ତ ପିଡ଼ିତ ରୋଗୀଙ୍କୁ ଡ଼ିସ·ର୍ଜ କରାଯିବା ସମୟରେ ଆମ୍ବୁଲାନସ ବ୍ୟବସ୍ତା କରାଯିବା ନିୟମରେ ରହିଛି କି ନାହିଁ ଏହା ତଦନ୍ତ ପରିସର ସହିତ ଉକ୍ତ ଡ଼ାକ୍ତର ଦୋଷୀ କି ନାହିଁ ତାହା ତଦନ୍ତ କରାଯିବ ବୋଲି ସୁଚନା ଦେଇଛନ୍ତି।
Comments are closed.