www.samajalive.in
Saturday, December 6, 2025
26.1 C
Bhubaneswar

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଭୁ-ସମ୍ପତ୍ତି ଚିନ୍ତା: ଜ୍ୟୋତିବିହାରରେ ବୁଲିବ ୧୨ କିମି ପାଚେରୀ 

ବୁର୍ଲା : ସମ୍ବଲପୁର ବିଶ୍ୱବିଦ୍ୟାଳୟର ବୁର୍ଲା ଜ୍ୟୋତିବିହାର କେମ୍ପସ ଭୂ-ସମ୍ପତିର ସୁରକ୍ଷା ପାଇଁ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଯୋଜନା ଅନୁଯାୟୀ ୧୨ କିଲୋମିଟର ଦୀର୍ଘ ଏହି ପାଚେରୀ ନିର୍ମାଣ କାର୍ଯ୍ୟ ଆସନ୍ତା ବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ ବୋଲି ବିଶ୍ୱବିଦ୍ୟାଳୟର ଜୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ ସୂଚନା ଦେଇଛନ୍ତି। ପାଚେରୀ ଉଠାଇବା କାର୍ଯ୍ୟ ଯୋରସୋରରେ ଚାଲିଥିବା ବ୍ୟକ୍ତ କରିଛନ୍ତି। ଓଡ଼ିଶା ପୁଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ଜରିଆରେ ଏହି ନିର୍ମାଣ କରାଯାଉଛି। ପ୍ରକଳ୍ପ ପାଇଁ ଆଠ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ୧୯୬୭ରେ ଜ୍ୟୋତିବିହାର ଠାରେ ବିଶ୍ୱବିଦ୍ୟାଳୟର ଏହି କ୍ୟାମ୍ପସ ଆରମ୍ଭ ହୋଇଥିଲା। ଏହାର ୬୭୮ ଏଳର୍ଡ଼ ପରିମିତ ଜମି ରହିଛି। ଜବରଦଖଲରୁ ଏହି ଜମିକୁ ସୁରକ୍ଷା ଦେବାର ଜରୂରୀ ଅଟେ ବୋଲି ବିଶ୍ୱବିଦ୍ୟାଳୟର ଜଣେ ଅଧିକାରୀ କହିଛନ୍ତି ନ ହେଲେ ବିଶ୍ୱବିଦ୍ୟାଳୟର ସମ୍ପ୍ରସାରଣ ଏବଂ ଭବିଷ୍ୟତ ଯୋଜନା ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହି କ୍ୟାମ୍ପସରେ ବିଶ୍ୱବିଦ୍ୟାଳୟ ଓ ସରଜାରୀ ଜମି ସହିତ କିଛି ପଟ୍ଟା ଜମି ଅନ୍ତର୍ଭୁକ୍ତ ଅଛି। କ୍ୟାମ୍ପସରେ ଥିବା ସରକାରୀ କମିକୁ ବିଶ୍ୱବିଦ୍ୟାଳୟର ଖାତାକୁ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କୁଳସଚିବ ନୃପରାଜ ସାହୁ ସୂଚନା ଦେଇଛନ୍ତି। କ୍ୟାମ୍ପସ ମଧ୍ୟରେ ଘରୋଇ ମାଲିକାନାରେ କିଛି ଜମି ରହିଛି। ଏହି କିସମର ଜମିକୁ ବିଶ୍ୱବିଦ୍ୟାଳୟରେ ରଖିବା ସକାଶେ ଉକ୍ତ ଜମି ମାଲିକମାନଙ୍କ ସହିତ ଆଲୋଚନା ଚାଲିଥିବା ଜଣାପଡ଼ିଛି। ଏହା ଦ୍ୱାରା ଉକ୍ତ ଜମି ବଦଳରେ କେମ୍ପସ ବାହାରେ ଥିବା ବିଶ୍ୱବିଦ୍ୟାଳୟର ଜମିକୁ ସେମାନଙ୍କୁ ଯୋଗାଇଦିଆଯିବ। ଏହି ଜମି ଦଖଲରେ ଥିବା ଜମିର ମାଲିକ ମାନେ ଏହି ପ୍ରସ୍ତାବରେ ସମ୍ମତି ପ୍ରକାଶ କରିଥିବା ଜଣାପଡ଼ିଛି। ଏମାନଙ୍କୁ ଅନ୍ୟତ୍ର ବିଶ୍ୱବିଦ୍ୟାଳୟର ଜମି ହସ୍ତାନ୍ତର କରାଯିବ। କିଛି ବର୍ଷ ଆଗରୁ ନବେ ଦଶକରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜମି ବନ୍ଦୋବସ୍ତ ପାଇଁ ପଦକ୍ଷେପ ହାତକୁ ନିଆଯାଇଥିଲା। କ୍ୟାମ୍ପସ ଭିତରେ ରହିଥିବା ଚାଷ ଜମିକୁ ସେ ସମୟରେ ବିଶ୍ୱବିଦ୍ୟାଳୟ ହାତକୁ ଆଣିଥିଲା। ସେହିଭଳି ସମ୍ମୁଖ ଭାଗରେ ପାଚେରୀ ନିର୍ମାଣ କରାଯାଇଥିଲା। ଏପରିକି ପୂର୍ବରୁ ରାଜସ୍ୱ ବିଭାଗରେ କାର୍ଯ୍ୟ କରିଥିବା ବିଶ୍ୱବିଦ୍ୟାଳୟରେ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ଏହି ଦାୟୀତ୍ୱ ନ୍ୟସ୍ତ କରାଯାଇଥିଲା। ଅନ୍ୟ ପକ୍ଷରେ ଗତ ଦଶକରେ ରାଜ୍ୟ ସରକାର ସମ୍ବଲପୁର ବିଶ୍ୱିବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କେନ୍ଦ୍ରକୁ ପତ୍ର ଲେଖିଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories