www.samajalive.in
Saturday, December 6, 2025
15.1 C
Bhubaneswar

ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ୭୮୮ ଗୟଳ ଚିହ୍ନଟ

ବୁର୍ଲା: ହୀରାକୁଦ ନଦୀବନ୍ଧ କୂଳରେ ଥିବା ଡେବ୍ରିଗଡ଼ ଅଭୟାରଣ୍ୟରେ ଇଣ୍ଡିଆନ୍ ବାଇସନ୍ ବା ଗୟଳ ଗଣନା ସମ୍ପୂର୍ଣ୍ଣ ହୋଇଛି । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଗତମାସ ଏହି କରାଯାଇଥିବା ଏହି ଗଣନା ଅନୁଯାୟୀ ଡେବ୍ରିଗଡ଼ ଅଭୟାରଣ୍ୟରେ ୭୮୮ ଗୟଳ ଅଛନ୍ତି । ତନ୍ମଧ୍ୟରେ ୨ବର୍ଷରୁ କମ୍ ବୟସର ୩୧୫ ଓ ୧୨୮ ନବଜାତ ଗୟଳ ଅଛନ୍ତି । ଗତ ବର୍ଷ ପ୍ରଥମ କରି କରାଯାଇଥିବା ଗୟଳ ଗଣନାରେ ଏଠାରେ ୬୫୯ ଗୟଳ ଥିଲେ । ଏହି ଗଣନାର ୬ ମାସ ମଧ୍ୟରେ ୧୨୯ ଗୟଳ ବୃଦ୍ଧି ପାଇଥିବା ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାଶ ସୂଚନା ଦେଇଛନ୍ତି । ଗତ ଥର ୫୨ଟି ଗୟଳ ଗୋଷ୍ଠୀ ଠାବ କରାଯାଇଥିବାବେଳେ ଏଥର ତାହା ୬୦କୁ ବୃଦ୍ଧି ପାଇଛି । ଏହି ଗୋଷ୍ଠୀମାନଙ୍କରେ ବୟସ୍କା ମାଈ ଗୟଳମାନେ ଶାବକ ଓ ଛୋଟ ଗୟଳମାନଙ୍କ ନେତୃତ୍ୱ ନେଇଥାନ୍ତି । ଏ ବର୍ଷ ମୌସୁମୀ ଓ ଶୀତ ସମୟରେ ନବଜାତ ଓ ଶାବକ ଗୟଳମାନଙ୍କ ଗଣନା କରାଯିବ । ଏହା ସିଡ୍ୟୁଲ୍‌ଡ-୧ ପ୍ରଜାତି ଘୋଷିତ ଏହି ଗୟଳମାନଙ୍କ ସଂରକ୍ଷଣ ଏବଂ ଅନ୍ୟ ବନାଳ ତୁଳନାରେ ଏମାନଙ୍କ ଘନତା ପରିସଂଖ୍ୟାନ ସଂଗ୍ରହ କରାଯିବ । ହୀରାକୁଦ ଆର୍ଦ୍ରଭୂମି କୂଳରେ ଥିବା ପରିବେଶ ସମ୍ବେଦନଶୀଳ ଜୋନ୍ ଓ ପର‌୍ୟ୍ୟଟନ ଜୋନ୍‌ରେ ବହୁ ସଂଖ୍ୟକ ଗୟଳ ଦୃଷ୍ଟିଗୋଚର ହୋଇଥାନ୍ତି । ସେଥିପାଇଁ ଡେବ୍ରିଗଡ଼ ଅଭୟାରଣ୍ୟକୁ ଲ୍ୟାଣ୍ଡ ଅଫ୍ ଇଣ୍ଡିଏନ୍ ବାଇସନ୍ କୁହାଯାଉଛି । ଏହି ପ୍ରଜାତିର ଗୟଳମାନେ ଦୂର ସ୍ଥାନକୁ ଯା’ଆସ କରିପାରନ୍ତି । ହେଲେ ବିସ୍ତୀର୍ଣ୍ଣ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନେ ୫ରୁ ୧୫ କିଲୋମିଟର ପର‌୍ୟ୍ୟନ୍ତ ଚଳପ୍ରଚଳ କରୁଛନ୍ତି । ଅନ୍ୟ ପକ୍ଷରେ ଡେବ୍ରିଗଡ଼ ଅଭୟାରଣ୍ୟର ସଫାରୀ ଜୋନ୍‌ରେ ୧୪୫ ଗୟଳ ୬ଟି ଗୋଷ୍ଠୀରେ ରହୁଛନ୍ତି । ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ ଅନୁଯାୟୀ ଏମାନେ ଲୁପ୍ତପ୍ରାୟ ଥିବାରୁ ସିଡ୍ୟୁଲ-୧ ଘୋଷଣା କରାଯାଇଛି । ଅଭୟାରଣ୍ୟରେ ସମ୍ବର, ହରିଣ, ବାର୍‌ହା, ବାଘ, ଭାଲୁ, ହାତୀ, କୋକିଶିଆଳୀ ପ୍ରଭୃତି ବନ୍ୟାପ୍ରାଣୀ ଅଛନ୍ତି । ଗତ ଶୀତରେ ଏଠାକୁ ୧୨୦ ପ୍ରଜାତିର ୩ ଲକ୍ଷ ୭୦ ହଜାର ବିଦେଶୀ ପକ୍ଷୀ ଆସିଥିଲେ । ୨୦୨୨ରେ ହୀରାକୁଦ ନଦୀବନ୍ଧକୁ ରାମ୍‌ସର ଆର୍ଦ୍ରଭୂମି ମାନ୍ୟତା ପ୍ରଦାନ କରାଯାଇଥିଲା । ଅଭୟାରଣ୍ୟ ମଧ୍ୟରେ ଥିବା ଜନବସତିମାନଙ୍କୁ ଅଭୟାରଣ୍ୟ ଭାବରେ ବାହାରେ ଥଇଥାନ ଓ ବନ୍ଦୋବସ୍ତ କରାଯାଇଛି ।
ଏବେ ଏହାକୁ ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କରିବାର ପ୍ରସ୍ତାବ ରହିଛି ।

ଅନ୍ୟ ପକ୍ଷରେ ଅଭୟାରଣ୍ୟକୁ ପ୍ଲାଷ୍ଟିକ୍‌, ପ୍ରତିରୋଧ, ବିଦ୍ୟୁତ୍ ଆଘାତ ଶୂନ୍ୟ ଘୋଷଣା କରାଯାଇଛି । ପର‌୍ୟ୍ୟଟକମାନଙ୍କ ପାଇଁ ଏଠାରେ ରାତ୍ରୀରହଣୀ ପାଇଁ କଟେଜ୍‌, ୧୮ଟି ସଫାରୀ ଯାନ ଓ ବିଭିନ୍ନ ଧରଣର ଡଙ୍ଗାର ବ୍ୟବସ୍ଥା ରହିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories