www.samajalive.in
Saturday, December 6, 2025
15.1 C
Bhubaneswar

ବୁର୍ଲା : ୧୪ ଜଣ ଡ଼ାକ୍ତର, ସେବିକା ଓ କର୍ମଚାରୀ କୁରାଣ୍ଟାଇନରେ

ବୁର୍ଲା: ଗତ ୨୩ ତାରିଖ ଠାରୁ ବୁର୍ଲା ଭିମସାର ହସ୍ପିଟାଲକୁ ରାଉରକେଲା ଆଇଜିଏଚ ତଥା କୋଭିଡ଼୧୯ ହସ୍ପିଟାଲରୁ କରୋନା ସନ୍ଦିଗ୍ଧଙ୍କୁ ପ୍ରେରିତ କରାଯିବା ଘଟଣାକୁ ନେଇ ଅନେକ ସମାଲୋଚନା ହୋଇ ଆସୁଥିଲା। ପୁଣି ଭିମସାରକୁ ସିଧାସଳଖ ଆଇସିଏମଆର ଗାଇଡ଼ଲାଇନକୁ ଅଣଦେଖ।। ବା ଉଲ୍ଲଙ୍ଘନ କରାଯାଇ କରୋନା ସନ୍ଦିଗ୍ଧ ରୋଗୀଙ୍କୁ ରାଉରକେଲା ଆଜିଏଚ ମେଡ଼ିକାଲରୁ ପ୍ରେରିତ କରାଯାଇଥିଲା। ଇତିମଧ୍ୟରେ ସମୁଦାୟ ଆଠଜଣ କରୋନା ସନ୍ଦିଗ୍ଧଙ୍କୁ ଭିମସାରକୁ ପ୍ରେରିତ କରାଯିବାକୁ ନେଇ ଏକ ବିବାଦିୟ ସ୍ତିତି ଉତ୍ପର୍ଣ୍ଣ ହେବା ସହିତ ଏକ ଆଶଙ୍କା ପ୍ରକାଶ ପାଇଥିଲା। ତେବେ ଏହା ଶତ ହେବାକୁ ଯାଉଛି ବୋଲି ଆଶଙ୍କା ପ୍ରକାଶ ପାଇ ଆସୁଥିଲା। ସେପଟେ ପୁଣି ଅଭାବନିୟ ଘଟଣା ବର୍ତ୍ତମାନ ଭିମସାରର ବ୍ୟବସ୍ତାକୁ ଦୋହଲାଇ ଦେଇଛି।

ସୂଚନା ଅନୁଯାୟୀ,  ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାର ଜନୈକ ୪୫ ବର୍ଷିୟା ମହିଳା ଗତକାଲି ବିଳମ୍ବିତ ରାତିରେ ଆଶୁଚିକିତ୍ସା ବିଭାଗରୁ ସିଧାସଳଖ ମହିଳା ମେଡ଼ିସିନ ବିଭାଗକୁ ଆସି ଭର୍ତ୍ତି ହୋଇଥିଲା। ଏହାପରେ ଉକ୍ତ ମହିଳାଙ୍କ କାରୋନା ଭୁତାଣରୁ ଲକ୍ଷଣ ଦେଖାଯିବା ପରେ ଏକ ଅଭାବନିୟ ସ୍ତିତି ଉତ୍ପର୍ଣ୍ଣ ହୋଇଥିଲା। ଏପରିକି ସ୍ତାନିୟ ମେଡ଼ିକାଲରେ କରୋନା ରୋଗୀ ଆସି ଭର୍ତ୍ତିହେବାକୁନେଇ ଏକ ଭୟର ବାତାବରଣ ଖେଳି ଯାଇଥିବା ଏବଂ ସଚେତନ ମହଲରେ ଯେଉଁ ଆଶଙ୍କା ପ୍ରକାଶ ପାଉଥିବା ତାହା ସତ ହେବାକୁ ଯାଉ ନାହିଁତ ବୋଲି ମତପ୍ରକାଶ ପାଇଛି। ଉକ୍ତ ମହିଳା ରୋଗୀଙ୍କୁ ତୁରନ୍ତ ଭିମସାରର କରୋନା ଆଇସୋଲେସନ ସେଣ୍ଟରକୁ ତୁରନ୍ତ ପ୍ରେରିତ କରିଦିଆ ଯାଇଛି। ତେବେ ମହିଳା ଜଣକର ସ୍ୱାବ ଏବଂ ରକ୍ତନମୁନା ସଂଗ୍ରହ କରାଯାଇ ଭିମସାରର କୋଭିଡ଼-୧୯ ପରୀକ୍ଷଣ କେନ୍ଦ୍ରକୁ ପ୍ରେରିତ କରି ଦିଆ ଯାଇଛି। ତେବେ ଏହି ପରିପେକ୍ଷିରେ ଉକ୍ତ ମହିଳା ରୋଗୀ ଜଣକ ଗତକାଲି ବିଳମ୍ବିତ ରାତି ଠାରୁ ଭିମସାରର ମହିଳା ମେଡ଼ିସିନ ବିଭାଗରେ ଅନେକ ଘଣ୍ଟା ଚିକିତ୍ସାଧୀନ ରହିଥିଲା। ତେବେ ଏହି ପରିପେକ୍ଷିରେ ଉକ୍ତ ମହିଳା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଚିକିତ୍ସାରତ ଡ଼ାକ୍ତର, ସେବିକା ଏବଂ ଆଟେଣ୍ଡାଣ୍ଟ ମାନଙ୍କୁ ସଙ୍ଗରୋଧ କରି ରଖିଦିଆ ଯାଇଥିବା ଜାଣିବାକୁ ମିଳିଛି। ସମୁଦାୟ ୧୪ ଜଣ କୁରାଣ୍ଟାଇନରେ ସଙ୍ଗରୋଧ କରି ରହିଥିବା ଜାଣିବାକୁ ମିଳିଛି। ଏହି ଘଟଣା ସ୍ଥାନୀୟ ସଚେତନ ବର୍ଗଙ୍କ ଚିନ୍ତା ବଢ଼ାଇ ଦେଇଛି। ତେବେ ଏହାକୁ ନେଇ ଭିମସାରର ଅଧିକ୍ଷକ ପ୍ରଫେସର ଜୟଶ୍ରୀ ଦୋରାଙ୍କୁ ଯୋଗାଯୋଗ କରାଯିବା ଫଳରେ ଗତକାଲି ବିଳମ୍ବିତ ରାତିରେ ମହିଳା ଜଣକ ବିଷପାନ କରି ଭିମସାରକୁ ଆସିଥିଲେ ଏବଂ ମହିଳାଙ୍କ କରୋନା ଲକ୍ଷଣ ଜଣାପଡ଼ିବା ପରେ ମହିଳାଙ୍କୁ କରୋନା ଆଇସୋଲେସନ ବିଭାଗକୁ ସ୍ତାନାନ୍ତରିତ କରାଯାଇ ତାଙ୍କର ସ୍ୱାବ ଏବଂ ରକ୍ତନମୁନା ପରୀକ୍ଷଣ ପାଇଁ ଯାଇଥିବା ସୁଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories