ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବୁଗୁଡ଼ାରେ ଜେଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ଶୁକ୍ରବାର ବୁଗୁଡ଼ା ମୁଖ୍ୟ ବଜାରରେ ଯୁବତୀ ଜଣଙ୍କ ଅଚେତ ହୋଇପଡ଼ିଥିଲେ। ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର ପରେ ସମସ୍ତ ଗୁମର ଖୋଲିଛନ୍ତି। ବୁଗୁଡ଼ା ପୁଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।
ଘରୁ ଡାକି ନେଇ ପୁରୁଷ ବନ୍ଧୁ ଏବଂ ତାଙ୍କ ସାଙ୍ଗ ୨ ଜଣ ଦୁଷ୍କର୍ମ କରିଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି। ବୁଗୁଡ଼ା, ଟ୍ରେଜେରୀ ନିକଟରେ ଦୁଷ୍କର୍ମ କରିଥିବା ଯୁବତୀ କହିଛନ୍ତି। ପୁଲିସ ପୀଡ଼ିତାଙ୍କର ଡାକ୍ତରୀମାଇନା ସହ ୨ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।



