www.samajalive.in
Saturday, December 13, 2025
15.1 C
Bhubaneswar

ତୈଳଦର ବୃଦ୍ଧି ନେଇ ବିଜେଡିର ପ୍ରତିବାଦ

ପିପିଲି :କେନ୍ଦ୍ର ସରକାରଙ୍କ ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ପିପିଲିର ବିଭିନ୍ନ ପେଟ୍ରୋଲ ଓ ଡିଜେଲ ଟାଙ୍କି ସମ୍ମୁଖରେ ଶାନ୍ତିପୂର୍ଣ୍ଣଭାବେ ପ୍ରତିବାଦ କରାଯାଇଥିଲା। ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ବିଭିନ୍ନ ତୈଳ ଟାଙ୍କି ସମ୍ମୁଖରେ ବିଜେଡି ପକ୍ଷରୁ ପ୍ରତିବାଦ କରାଯିବା ସହ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ଲିଫ୍‍ଲେଟ ବଣ୍ଟାଯାଇଥିଲା। ଉତ୍ତରାବଜାର ତୈଳଟାଙ୍କି ଠାରେ ପୁରୀ ଜିଲା ବିଜେଡି ସାଧାରଣ ସମ୍ପାଦକ କିଶୋର ଛୋଟରାୟ, ଅଜୟ ଲେଙ୍କା, ଅଶ୍ୱିନୀ କୁମାର ବଳିଆରସିଂ ପ୍ରତିବାଦ କରିଥିଲେ। ସେହିପରି ପିପିଲି ବଜାରରେ ଥିବା ପେଟ୍ରୋଲ ଟାଙ୍କି ସମ୍ମୁଖରେ ବିଜେଡିର ବ୍ଲକ ସଭାପତି ପ୍ରଫୁଲ୍ଲ କୁମାର ସ୍ୱାଇଁ, ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠୀର ସ୍ୱାଇଁ, ଶ୍ରୀଧର ପ୍ରଧାନ, ବ୍ଲକ ଯୁବ ବିଜେଡି ସଭାପତି ମନୋଜ ଦାଶ, ଯୁବନେତା ଆର୍ତ୍ତବନ୍ଧୁ ସାମନ୍ତରାୟ, ପ୍ରକାଶ କୁମାର ଧଳ, ପୁରୀ ଜିଲା ଯୁବ ବିଜେଡି ଉପସଭାପତି ନାରାୟଣ ସ୍ୱାଇଁ, ତପନ କୁମାର ନାୟକ, ରାଜ୍ୟ ଯୁବ ବିଜେଡିର ସଂପାଦକ ପ୍ରମୋଦ କୁମାର ମହାପାତ୍ର ଏବଂ ତେଇସିପୁର ପେଟ୍ରୋଲଟାଙ୍କି ଠାରେ ଯୁବନେତା ଧରଣୀଧର ସାହୁ, ଦିଲିପ ଦାଶ, ଆଶିଷ ବରାଳ, ପଦ୍ମନାଭ ସାମନ୍ତରାୟ, ଅର୍ଜ୍ଜୁନ ରାଉତ, ନରେନ୍ଦ୍ର ଦାସ, ନାରୀନେତ୍ରୀ ଉମାମଣୀ ରଥ, ରୂପଦେଇପୁର ଠାରେ ରାଧାମଣୀ ପ୍ରଧାନ, ପ୍ରଦୀପ କୁମାର ମିଶ୍ର, ପ୍ରତାପ ପ୍ରଧାନ, ଧନେଶ୍ୱର ବେହେରା, ମଙ୍ଗଳପୁର ଠାରେ ଛାତ୍ରନେତା ବିଶ୍ୱଜିତ ଦାଶ, ସତ୍ୟନାରାୟଣ ବସ୍ତିଆ, ଜମ୍ବେଶ୍ୱର ବେହେରା, ଦୁର୍ଗାପ୍ରସାଦ ଚଉଁରୀ, ସିଲୁ ସ୍ୱାଇଁ, ପ୍ରମୋଦ ଦଳେଇ ପ୍ରମୁଖଙ୍କ ନେତୃତ୍ୱରେ ପ୍ରତିବାଦ କରାଯାଇଥିଲା।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories