www.samajalive.in
Thursday, December 11, 2025
23.1 C
Bhubaneswar

ଏମାନେ ହେଉଛନ୍ତି ଭଗବାନ ରାମଙ୍କ ବଂଶଧର, ବିବାଦରେ ରାଜପରିବାର

ଜୟପୁରର ରାଜ ପରିବାର ଭଗବାନ ଶ୍ରୀରାମଙ୍କ ବଂଶଧର। ଏହା ନିଜେ ରାଜମାତା ପଦ୍ମିନୀ ଦେବୀ ଏକ ସାକ୍ଷାତକାରରେ କହିଥିଲେ। ରାଜମାତାଙ୍କ କହିବା ଅନୁସାରେ, ତାଙ୍କ ସ୍ୱାମୀ ଭବାନୀ ସିଂହ ଭଗବାନ ରାମଙ୍କ ପୁତ୍ର କୁଶଙ୍କର ୩୦୯ ତମ ବଂଶଧର ଥିଲେ।

କିଏ ଏହି ମହାରାଜା ଭବାନୀ ସିଂହ –

- Advertisement -

ଭାରତର ସ୍ୱାଧୀନତା ପରେ ରାଜା-ମହାରାଜାମାନଙ୍କ ଶାସନର ଅନ୍ତ ହେବା ପୂର୍ବରୁ ଦ୍ୱିତୀୟ ଜୟପୁର ରାଜପରିବାରର ଶେଷ ମହାରାଜା ଥିଲେ। ସେ ତିନି ଜଣଙ୍କୁ ବିବାହ କରିଥିଲେ। ପ୍ରଥମେ ମରୁଧର କନ୍‍ୱର୍‍ଙ୍କୁ ବିବାହ କରିଥିଲେ, ଦ୍ୱିତୀୟରେ ମରୁଧର କନ୍‍ୱର୍‍ଙ୍କ ଭାଣିଜି କିଶୋର କନ୍‍ୱର୍‍ଙ୍କୁ ଓ ତୃତୀୟ ଥର ପାଇଁ ଗାୟତ୍ରୀ ଦେବୀଙ୍କୁ ବିବାହ କରିଥିଲେ। ସୱାଇ ମାନ ସିଂହ ଦ୍ୱିତୀୟ ଓ ତାଙ୍କ ପ୍ରଥମ ପତ୍ନୀ ମରୁଧର କନ୍‍ୱର୍‍ ଦେବୀଙ୍କ ପୁତ୍ର ଭବାନୀ ସିଂହଙ୍କୁ ରାଜ୍ୟଭାର ଦିଆଯାଇଥିଲା। ତାଙ୍କ ବିବାହ ରାଣୀ ପଦ୍ମିନୀ ଦେବୀଙ୍କ ସହ ହୋଇଥିଲା। ମହାରାଜା ଭବାନୀ ସିଂହ ଓ ରାଣୀ ପଦ୍ମିନୀ ଦେବୀଙ୍କର ଏକମାତ୍ର ଝିଅ ହେଉଛନ୍ତି ଦୀୟା ସିଂହ। ଦୀୟା ସିଂହ ନରେନ୍ଦ୍ର ସିଂହଙ୍କୁ ବିବାହ କରିଥିଲେ। ନରେନ୍ଦ୍ର ସିଂହ କୌଣସି ରାଜ ପରିବାରର ସନ୍ତାନ ନଥିଲେ। ସେ ଜୟପୁର ରାଜ ପରିବାରର ଜଣେ କର୍ମୀ ଥିଲେ। ତେଣୁ ପରିବାର ଓ ସମ୍ପର୍କୀୟ ଜଣେ ସାଧାରଣ ଲୋକ ସହ ବିବାହକୁ ନେଇ ବିରୋଧ କରିଥିଲେ। କେବଳ ସେତିକି ନୁହେଁ, ମହାରାଜା ଭବାନୀ ସିଂହଙ୍କର କେହି ପୁଅ ନଥିବାରୁ ସେ ତାଙ୍କ ଝିଅ ଦୀୟା ସିଂହଙ୍କ ପୁଅ ପଦ୍ମନାଭ ସିଂହଙ୍କୁ ନିଜ ଉତ୍ତରାଧିକାରୀ ଭାବେ ଚୟନ କରିଥିଲେ। ଏହି କଥାକୁ ନେଇ ମଧ୍ୟ ବିରୋଧ ହୋଇଥିଲା।

ସମ୍ପତ୍ତିକୁ ନେଇ ବିବାଦ –

ସୱାଇ ମାନ ସିଂହ ଦ୍ୱିତୀୟଙ୍କ ତୃତୀୟ ପତ୍ନୀ ଗାୟତ୍ରୀ ଦେବୀଙ୍କ ମୃତ୍ୟୁ ପରେ ସମ୍ପତ୍ତିକୁ ନେଇ ଏହି ରାଜ ପରିବାର ବିବାଦରେ ଫଶି ଯାଇଛି। ଦୁଇ ବର୍ଷ ପୂର୍ବରୁ ଜୟପୁର ଉନ୍ନୟନ କର୍ତ୍ତୃପକ୍ଷ ହୋଟେଲ ରାଜମହଲର ଗେଟ୍‍ ସିଲ୍‍ କରିଦେଇଥିଲେ, ଯାହା ବିରୁଦ୍ଧରେ ନିଜେ ରାଜମାତା ଗାୟତ୍ରୀ ଦେବୀ ତାଙ୍କ ନାତି ରାଜା ପଦ୍ମନାଭ ସିଂହଙ୍କ ସହ ରାସ୍ତାକୁ ଓହ୍ଲାଇ ଆସିଥିଲେ। ଦୀୟା ସିଂହ ସୱାଇ ମାଧୋପୁରର ବିଜେପି ବିଧାୟୀକା। ତାଙ୍କ ପୁଅ ତଥା ଜୟପୁରର ରାଜା ସୱାଇ ପଦ୍ମନାଭ ସିଂହ ଜଣେ ପୋଲୋ ଖେଳାଳି ମଧ୍ୟ। ଦୀୟା ସିଂହଙ୍କର ଗୋଟିଏ ଝିଅ ସେ ହେଉଛନ୍ତି ଗୌରବୀ ଓ ସାନ ପୁଅ ଲକ୍ଷ୍ୟରାଜ ସିଂହ। ବଲିଉଡ଼୍‍ର ବହୁ ନାମିଦାମି କଳାକାର ଏମାନଙ୍କୁ ଭେଟିବା ପାଇଁ ରାଜମହଲ ଆସିଥାଆନ୍ତି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories