www.samajalive.in
Saturday, December 6, 2025
19.1 C
Bhubaneswar

ବିନା ପ୍ରତିବାଦ, ବିକ୍ଷୋଭରେ ବୌଦ୍ଧ ଜିଲ୍ଲା ବନ୍ଦ

ବୌଦ୍ଧ : କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ କରି ସର୍ବଭାରତୀୟ ସଂଯୁକ୍ତ କୃଷକ ସମନ୍ୱୟ ସମିତି ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଥିବାବେଳେ ଏହାର ଏକ ଭିନ୍ନ ପ୍ରତିଫଳନ ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି। ବିନା ପ୍ରତିବାଦ, ବିକ୍ଷୋଭରେ ଶୁକ୍ରବାର ଦିନ ଜିଲ୍ଲା ମୁଖ୍ୟାଳୟରେ ସବୁକିଛି ବନ୍ଦ ରହିଥିଲା। କୌଣସି କୃଷକ ସଙ୍ଗଠନ କିମ୍ବା ରାଜନୈତିକ ଦଳର କର୍ମକର୍ତ୍ତା ଉପସ୍ଥିତ ନଥିଲେ ମଧ୍ୟ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ଖୋଲିନଥିଲେ। କଂଗ୍ରେସ ଓ ବାମଦଳ ପକ୍ଷରୁ ବନ୍ଦ ପ୍ରତି ସମର୍ଥନ ଘୋଷଣା କରିଥିବା ବେଳେ ଜିଲ୍ଲାସ୍ତରରେ କୌଣସି ଘୋଷଣା, ସମର୍ଥନ କିମ୍ବା କାର୍ଯ୍ୟକଳାପ ଦେଖିବାକୁ ମିଳିନଥିଲା। ସଂଯୁକ୍ତ କୃଷକ ମୋର୍ଚ୍ଚାର ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ, କଲେଜକୁ ବନ୍ଦ ଘୋଷଣା କରିଥିଲେ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସରକାର ଏହି ପଦକ୍ଷେପ ନେଇଥିଲେ। ଅନ୍ୟପକ୍ଷରେ କିଛି ସରକାରୀ କାର୍ଯ୍ୟାଳୟ ଖୋଲାଥିଲେ ମଧ୍ୟ କୌଣସି କର୍ମଚାରୀ  ନଥିଲେ। ଦିନତମାମ ସରକାରୀ କାର୍ଯ୍ୟାଳୟ ଖାଁ ଖାଁ ରହିଥିଲା। ଅନ୍ୟ ସରକାରୀ କାର୍ଯ୍ୟଦିବସ ଭଳି ଟିକେ ବି ମନେହେଉନଥିଲା। କେବଳ ଘୋଷଣା ପ୍ରଭାବରେ ହିଁ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଏବଂ ଯାତ୍ରୀବାହୀ  ଗାଡି ଚଳାଚଳ ସ୍ୱତଃ ବନ୍ଦ ରହିଥିଲା। ତେବେ ଅନେକ ବ୍ୟବସାୟ ପ୍ରତିଷ୍ଠାନ ଓ ଦୈନିକ ବଜାର ଖୋଲା ରହିଥିଲା। ଅନ୍ୟାନ୍ୟ ଧର୍ମଘଟ ସମୟରେ ସହରର ବ୍ରିଜ୍ ଛକରୁ ଆରମ୍ଭ କରି ଝାମୁଛକ ପର୍ଯ୍ୟନ୍ତ ସ୍ଥାନେ ସ୍ଥାନେ ବ୍ୟାରିକେଡ ଲଗାଇ ଯାନବାହନ ଅଟକାଯାଏ। କିନ୍ତୁ ଶୁକ୍ରବାର ସେପରି କିଛି ଦେଖିବାକୁ ମିଳିନାହିଁ। କୌଣସି ସ୍ଥାନରେ ପ୍ରତିବନ୍ଧକ ନଥିଲା କି ବିକ୍ଷୋଭକାରୀ ନଥିଲେ। ତଥାପି ସହରରେ ଅଘୋଷିତ ବନ୍ଦ ପରିଲକ୍ଷିତ ହୋଇଥିଲା। ସେହିପରି ହରଭଙ୍ଗା ବ୍ଲକ୍ ପୁରୁଣାକଟକ, ଚାରିଛକ, ବୀରନରସିଂହପୁର, ହରେକୃଷ୍ଣପୁର, ବୌଦ୍ଧ ବ୍ଲକ ଜହ୍ନାପଙ୍କ, ବାଉଁଶୁଣି, ବହିରା, ମୂର୍ଷୁଣ୍ଢ, ମୁଣ୍ଡିପଦର, କଣ୍ଟାମାଳ ବ୍ଲକର ମନମୁଣ୍ଡା, କଣ୍ଟାମାଳ, ଖଟଖଟିଆ, ପଲସାଗୋରା, ଘଣ୍ଟାପଡା ଆଦି ସ୍ଥାନରେ ବିନା ପ୍ରତିବାଦ, ବିକ୍ଷୋଭ ବେସରକାରୀ ସଂସ୍ଥା ବନ୍ଦ ରହିଥିଲା।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories