www.samajalive.in
Saturday, December 6, 2025
15.1 C
Bhubaneswar

ବିଏସକେୱାଇ – ନବୀନ କାର୍ଡର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ (ବିଏସକେୱାଇ) କାର୍ଡ ନଥିବା ଲୋକଙ୍କ ପାଇଁ ଖୁସି ଖବର। ଶୁକ୍ରବାର ଠାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡର (ବିଏସକେୱାଇ – ନବୀନ କାର୍ଡ)ର ତୃତୀୟ ପର୍ଯ୍ୟାୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ ଆରମ୍ଭ କରିଛନ୍ତି।
ଏଥିରେ ପ୍ରାୟ ୧ କୋଟି ୧୦ ଲକ୍ଷ ପରିବାର ଉପକୃତ ହେବେ। ବର୍ତ୍ତମାନ ରାଜ୍ୟର ୯୦ ପ୍ରତିଶତ ଲୋକେ ମାଗଣା ଚିକିତ୍ସା ପାଇବେ। ବିଏସକେୱାଇ କାର୍ଡ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ବୈପ୍ଲବିକ ପରିବର୍ତ୍ତନ ଆଣିଛିା ପ୍ରତି ମାସରେ ୪୫ ଲକ୍ଷରୁ ଅଧିକ ଲୋକ ମାଗଣା ଚିକିତ୍ସା ସୁବିଧା ପାଉଛନ୍ତି। ୧.୩୦ ଲକ୍ଷ ଲୋକେ ଘରୋଇ ହସ୍ପିଟାଲରେ କ୍ୟାସ୍‌‌ଲେସ୍‌‌ ଚିକିତ୍ସା ସୁବିଧା ପାଉଛନ୍ତି। ମାସକୁ ୨୬୦ କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି। ୫ ବର୍ଷରେ ୨୧ ଲକ୍ଷ ରୋଗୀଙ୍କ ଚିକିତ୍ସା, ୪୫୦୦ କୋଟି ଖର୍ଚ୍ଚ କରାଯାଉଛି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସାରା ଦେଶରେ ଏହା ଅନନ୍ୟ ଉଦାହରଣ ସାଜିଛି। ଜଟିଳ ରୋଗ ପାଇଁ ଘରୋଇ ହସ୍ପିଟାଲରେ କ୍ୟାସ୍‌‌ଲେସ୍‌‌ ସୁବିଧା ମିଳିବ। ଗ୍ରାମାଞ୍ଚଳରେ ବିଏସକେୱାଇ ଅଧୀନରେ ନଥିବା ଲୋକେ ମଧ୍ୟ ସାମିଲ ହେବେ। କେବଳ ସରକାରୀ କର୍ମଚାରୀ ଓ ଆୟକରଦାତାଙ୍କୁ ଏଥିରୁ ବାଦ୍‌‌ ଦିଆଯାଇଛି। ରାସନ କାର୍ଡ ନଥିଲେ ମଧ୍ୟ ବିଏସକେୱାଇ -ନବୀନ କାର୍ଡ ମିଳିବ। ବିଏସକେୱାଇ -ନବୀନ କାର୍ଡ ଚିକିତ୍ସା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories