www.samajalive.in
Saturday, December 6, 2025
23.1 C
Bhubaneswar

୨୯ରେ ମାଟ୍ରିକ ପରୀକ୍ଷା ଫଳ, ଅଗଷ୍ଟ ଶେଷକୁ ଆସିପାରେ ଯୁକ୍ତ ୨ ରେଜଲ୍ଟ

ଭୁବନେଶ୍ୱର: ଆସନ୍ତା ୨୯ ତାରିଖ ବୁଧବାର ଦିନ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୋମବାର ମଧ୍ୟାହ୍ନ ୧୨ଟାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବୋର୍ଡର ୨ଟି ୱେବ୍‌ସାଇଟ୍ ଏବଂ ଏସଏମଏସ ଜରିଆରେ ଛାତ୍ରଛାତ୍ରୀମାନେ ନିଜର ଫଳାଫଳ ଜାଣିପାରିବେ ବୋଲି ମନ୍ତ୍ରୀ ଦାଶ କହିଛନ୍ତି। ସେହିପରି ଅଗଷ୍ଟ ଶେଷ ଆଡକୁ ଯୁକ୍ତ ୨ ରେଜଲ୍ଟ ପ୍ରକାଶ ପାଇପାରେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରାଙ୍କ ସୂଚନା ଅନୁସାରେ, ବୋର୍ଡର ୨ଟି ୱେବ୍‌ସାଇଟ୍‌(bseodisha.ac.in ଏବଂ www.bseodisha.nic.in) ଏବଂ ୫୬୭୬୭୫୦ ନମ୍ବରକୁ ଏସଏମଏସ ଜରିଆରେ ରେଜଲ୍ଟ ମିଳିପାରିବ। ସକାଳ ୯ଟାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଫଳ ଘୋଷଣା କରାଯିବ। ପୂର୍ବାହ୍ନ ୧୧ଟା ୩୦ରେ ଫଳାଫଳ ୱେବସାଇଟ୍‌ରେ ଉପଲବ୍ଧ ହେବ।

- Advertisement -

ସୂଚନାଯୋଗ୍ୟ, ଚଳିତ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଗତ ୨୫ ତାରିଖ ଦିନ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଥିଲେ। ଆଗାମୀ ଦିନେ କିମ୍ବା ଦୁଇଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶର ନିର୍ଦ୍ଦିଷ୍ଟ ତାରିଖ ସମ୍ପର୍କରେ ଘୋଷଣା କରାଯିବ ବୋଲି ହାଜରା ଗଣମାଧ୍ୟମକୁ ସୂଚନା ଦେଇଥିଲେ। ତଦନୁସାରେ ଆଜି ଗଣଶିକ୍ଷା ମନ୍ତ୍ରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଫେବୃୟାରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ରାଜ୍ୟରେ ୨୮୮୮ କେନ୍ଦ୍ରରେ ମୋଟ ୫ଲକ୍ଷ ୬୦ ହଜାର ୯୦୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories