www.samajalive.in
Sunday, December 14, 2025
26.1 C
Bhubaneswar

ମାଟ୍ରିକ ପରୀକ୍ଷାଫଳ ପାଇଁ ପଦ୍ଧତି ଚୂଡ଼ାନ୍ତ, ମାଧ୍ୟମିକ ଶିକ୍ଷା ପରିଷଦର ଅନୁମୋଦନ

ଭୁବନେଶ୍ବର: କଟକ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ତଥା ମାଟ୍ରିକ ପରୀକ୍ଷାଫଳ ପାଇଁ ପଦ୍ଧତି ଚୂଡ଼ାନ୍ତ ହୋଇଛି। ଆଜି ମାଟ୍ରିକ ପରୀକ୍ଷା ଫଳ ପାଇଁ ଚୂଡ଼ାନ୍ତ ପଦ୍ଧତ୍ତିକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅନୁମୋଦନ କରାଯାଇଛି। ଦଶମ ଶ୍ରେଣୀ ପରୀକ୍ଷା ବାତିଲ କରାଯାଇଥିବାରୁ ଏହାର ମୂଲ୍ୟାୟନ କରାଯିବା ପାଇଁ ବିକଳ୍ପ ପଦ୍ଧତି ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ୱେବ୍‌ସାଇଟ୍‌ରେ ଏହି ବିଜ୍ଞପ୍ତି ଉପଲବ୍ଧ ହେଉଛି। ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀ ଏହା ମାଧ୍ୟମିକ ଶିକ୍ଷା ପରିଷଦର ୱେବ୍‌ସାଇଟରୁ ଦେଖିପାରିବେ।


ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) ପକ୍ଷରୁ ଆଜି ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଏଥର ବାତିଲ କରାଯାଇଥିବା ଦଶମ ତଥା ମାଟ୍ରିକ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ନବମ ଓ ଦଶମ ଶ୍ରେଣୀର ନମ୍ବର ଆଧାରରେ ହେବ। ନବମ ଶ୍ରେଣୀର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ନମ୍ବର ବିଚାରକୁ ନିଆଯିବ। ଦଶମ ଶ୍ରେଣୀର ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ଅଭ୍ୟାସ ପରୀକ୍ଷା ନମ୍ବରକୁ ବିଚାର କରାଯିବ। ତେବେ ନବମ ଶ୍ରେଣୀର ୪୦% ଏବଂ ଦଶମ ଶ୍ରେଣୀର ୬୦% ନମ୍ବରକୁ ଗୁରୁ୍ବ ଦିଆଯିବ। ଦଶମ ଶ୍ରେଣୀରେ କୌଣସି ପରୀକ୍ଷା ହୋଇନଥିଲେ ନବମ ଶ୍ରେଣୀର ନମ୍ବର ବିଚାରକୁ ନିଆଯିବ। ଦଶମ ଶ୍ରେଣୀରେ ଗୋଟିଏ ପରୀକ୍ଷା ଦେଇଥିଲେ ନବମ ଶ୍ରେଣୀର ୭୦% ନମ୍ବରକୁ ଗୁରୁତ୍ବ ଦିଆଯିବ। ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରସ୍ତୁତ ପାଇଁ ୨୭୬୬ଟି ସ୍କୁଲକୁ ମେଣ୍ଟର ସ୍କୁଲ ଭାବେ ଘୋଷଣା କରାଯାଇଛି। ମେଣ୍ଟର ସ୍କୁଲର ପ୍ରଧାନ ଶିକ୍ଷକ ସବୁ ସ୍କୁଲର ମାର୍କ ଅପ୍‌ଲୋଡ୍‌ କରିବେ। ବିଷୟ ଅନୁସାରେ ଛାତ୍ରଛାତ୍ରୀଙ୍କ ସର୍ବାଧିକ ନମ୍ବର ଅପ୍‌ଲୋଡ୍‌ କରାଯିବ। ମେ’ ୨୪ରୁ ୩୧ ମଧ୍ୟରେ ପ୍ରଧାନ ଶିକ୍ଷକ ମାର୍କ ଅପ୍‌ଲୋଡ୍‌ କରିବେ। ମେ ମାସ ଶେଷ ସୁଦ୍ଧା ଏସବୁ ପ୍ରକ୍ରିୟା ଶେଷ ହେବ।

- Advertisement -

ଯେଉଁ ଛାତ୍ରଛାତ୍ରୀମାନେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପ୍ରସ୍ତୁତ ମୂଲ୍ୟାୟନ ପଦ୍ଧତିରେ ଅସନ୍ତୁଷ୍ଟ ହେବେ ସେମାନେ ପୁଣି ପରୀକ୍ଷା ଦେଇପାରିବେ। କୋଭିଡ୍‌ ପରିସ୍ଥିତି ସ୍ବାଭାବିକ ହେଲେ ସେମାନଙ୍କୁ ଦଶମ ଶ୍ରେଣୀ ପରୀକ୍ଷା ଦେବା ପାଇଁ ଅନୁମତି ଦିଆଯିବ ବୋଲି କୁହାଯାଇଛି। ତେବେ କେବେ ସୁଦ୍ଧା ଦଶମ ଶ୍ରେଣୀ ତଥା ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବ ତାହା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇନାହିଁ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories