www.samajalive.in
Saturday, December 6, 2025
14.1 C
Bhubaneswar

୫ ହଜାର ଟଙ୍କା ମାଗିବାରୁ ଶଳାକୁ ହତ୍ୟା କଲା ଭିଣୋଇ

ଗୋପାଳପୁର : ବକେୟା ଥିବା ୫ ହଜାର ଟଙ୍କା ମାଗିବାକୁ ନେଇ ଭିଣୋଇ ନିଜ ଶଳାକୁ ଏକ ଲୁହା ରଡରେ ଆକ୍ରମଣ କରିବାରୁ ଶଳାର ମୃତ୍ୟୁ ଘଟିଛି। ଏହିପରି ଏକ ଘଟଣା ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋଳନ୍ଥରା ଚଟି ଛକଠାରେ ଘଟିଛି। ମୃତକ ଜଣକ ମାଣିକପୁର ଗ୍ରାମର ବି ନାରସିମୁଲୁ ପାତ୍ର ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ ଏହି ଥାନା ଅଧିନସ୍ଥ ମାଣିକପୁର ଗ୍ରାମର ନାରସିମୁଲୁ ଗୋଳନ୍ଥରା ଚଟି ଗ୍ରାମ ନିବାସୀ ଡ଼ି ଚେଲପତିଙ୍କୁ ଗତ ପାଞ୍ଚ ବର୍ଷ ତଳେ ୫ ହଜାର ଟଙ୍କା ଧାର ଦେଇଥିଲେ । କିଛି ମାସ ପରେ ମୃତକ ନାରସିମୁଲୁ  ଭିଣୋଇଙ୍କୁ ଧାର ଟଙ୍କା ମାଗିଥିଲେ କିନ୍ତୁ ସେ ଆଜି  କାଲି କହି ଦିନ ପରେ ଦିନ ଗଡେଇ ଚାଲିଥିଲେ ।

ସୋମବାର ସନ୍ଧ୍ୟାରେ ଶଳା ନାରସିମୁଲୁ ଭିଣୋଇ ଘରକୁ ଆସି ଧାର ଟଙ୍କା ମାଗିଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ  ହୋଇ ଚେଲପତି ସ୍ତ୍ରୀକୁ ଗାଳି ଗୁଲଜ କରିଥିଲେ । ଏହାକୁ ଶଳା ନାରସିମୁଲୁ ପ୍ରତିରୋଧ କରିଥିଲେ।  ଚେଲପତି ରାଗରେ ଏକ ଲୁହା ପାଇପରେ ଶଳାର ମୁଣ୍ଡ ପଛ ପଟକୁ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଶଳାକୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ  ମୃତ ଘୋଷଣା କରିଥିଲେ । ଏ ନେଇ ମୃତକ ନାରସିମୁଲୁଙ୍କ ଭାଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରି ଫେରାର ଚେଲପତିକୁ ସନ୍ଧାନ କରୁଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories