www.samajalive.in
Friday, December 5, 2025
20.1 C
Bhubaneswar

ଜୁଲିଆନ ଆସାଞ୍ଜଙ୍କୁ ଆମେରିକା ପ୍ରତ୍ୟର୍ପଣ କରିବନି ବ୍ରିଟେନ

ଲଣ୍ଡନ: ୱିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ ଆସାଞ୍ଜଙ୍କୁ ଆମେରିକାକୁ ପ୍ରତ୍ୟର୍ପଣ କରାଯିବ ନାହିଁ। ସେ ଆତ୍ମହତ୍ୟା କରିବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ତାଙ୍କୁ ପ୍ରତ୍ୟର୍ପଣ କରାଯାଇ ପାରିବ ନାହିଁ ବୋଲି ବ୍ରିଟେନର ଏକ କୋର୍ଟ ସୋମବାର ରାୟ ଶୁଣାଇଛନ୍ତି।

ଗୁପ୍ତଚର ନିୟମ ଭାଙ୍ଗିବା ଏବଂ ସରକାରୀ କମ୍ପ୍ୟୁଟର ହ୍ୟାକ କରି ଆମେରିକାର ଗୁପ୍ତ ତଥ୍ୟ ହାସଲ କରିବା ଷଡଯନ୍ତ୍ରରେ ଆସାଞ୍ଜ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ତାଙ୍କୁ ପ୍ରତ୍ୟର୍ପଣ କରିବାକୁ ଆମେରିକା ବାରମ୍ବାର ବ୍ରିଟେନକୁ କହି ଆସୁଛି। କିନ୍ତୁ ଆସାଞ୍ଜଙ୍କୁ ଆମେରିକା ପ୍ରତ୍ୟର୍ପଣ କରାଯିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି।

- Advertisement -

ଲଣ୍ଡନର ଓଲ୍ଡ ବେଲି କୋର୍ଟରେ ହୋଇଥିବା ଶୁଣାଣି ସମୟରେ ଆମେରିକୀୟ କର୍ତ୍ତୃପକ୍ଷ ଅଭିଯୋଗ କରିଥିଲେ, ଅଷ୍ଟ୍ରେଲିଆରେ ଜନ୍ମିତ ୪୯ ବର୍ଷୀୟ ଆସାଞ୍ଜଙ୍କ ସଂସ୍ଥା ୱିକିଲିକ୍ସ ଆମେରିକାର ସାମରିକ ଏବଂ କୁଟନୈତିକ ରେକର୍ଡ ଚୋରି କରି ତାହାକୁ ସର୍ବସାଧାରଣରେ ପ୍ରକାଶ କରିବା ଦ୍ବାରା ଅନେକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି।

କିନ୍ତୁ ଆସାଞ୍ଜଙ୍କ ଓକିଲ ଦର୍ଶାଇଥିଲେ ଯେ, ଏସବୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଏସବୁ ପଛରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହାତ ରହିଛି। ଆସାଞ୍ଜଙ୍କୁ ପ୍ରତ୍ୟର୍ପଣ କରାଗଲେ ସାମ୍ବାଦିକମାନଙ୍କ କାର୍ଯ୍ୟଧାରା ପ୍ରତି ଭୟଙ୍କର ବିପଦ ସୃଷ୍ଟି ହେବ।

ଶୁଣାଣି ସମୟରେ ବିଚାରପତି ଭେନେସା ବାରେଷ୍ଟର ଆସାଞ୍ଜଙ୍କ ଓକିଲଙ୍କ ଦ୍ବାରା କରାଯାଇଥିବା ସମସ୍ତ ଆଇନଗତ ଯୁକ୍ତିକୁ ଖାରଜ  କରିଦେଇଥିଲେ। ଆସାଞ୍ଜ ଆତ୍ମହତ୍ୟା କରିବାର ବିପଦ ଥିବାରୁ ତାଙ୍କୁ ପ୍ରତ୍ୟର୍ପଣ କରାଯାଇ ପାରିବ ନାହିଁ ବୋଲି ବିଚାରପତି କହିଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories