ବ୍ରିଟେନ ବୈଦେଶିକ ସଚିବଙ୍କ ଇସ୍ତଫା

0

ଲଣ୍ଡନ : ୟୁରୋପୀୟ ସଂଘରୁ ବ୍ରିଟେନ ଓହରିଯିବା ବା ବ୍ରେକ୍ସିଟ୍‍ କୁ ବିରୋଧରେ ଦେଶର ବୈଦେଶିକ ସଚିବ ବୋରିସ ଜନସନ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଦାନମନ୍ତ୍ରୀ ଥେରସୋ ମେଙ୍କ ଏହି ଯୋଜନାକୁ ବିରୋଧ କରି ବୋରିସ ଦ୍ୱିତୀୟ ବ୍ୟକ୍ତି ଭାବେ ଇସ୍ତଫା ଦେଇଛନ୍ତି। ଏହା ପୂର୍ବରୁ ବ୍ରେକ୍ସିଟ୍‍ ଯୋଜନା ବାବଦରେ ନିଷ୍ପତ୍ତି ପାଇଁ ନିଯୁକ୍ତି ବ୍ରେକ୍ସିଟ୍‍ ମନ୍ତ୍ର ଡାଭିଡ ଡାଭିସ୍‍ ଇସ୍ତଫା ଦେଇଥିଲେ। ଏହି ଦୁଇଜଣଙ୍କ ଇସ୍ତଫା ପ୍ରଧାନମନ୍ତ୍ରୀଙ୍କ ଯୋଜନାକୁ ବଡ ଧକ୍କା ଦେଇଛି। ବୋରିସ ଜନସନଙ୍କ ଇସ୍ତଫାକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ନୂଆ ଅଧିକାରୀଙ୍କୁ ଖୁବ୍‍ଶୀଘ୍ର ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି।

Leave A Reply