www.samajalive.in
Saturday, December 6, 2025
15.1 C
Bhubaneswar

ଭାରତରେ ଫସିଥିବା ନିଜ ନାଗରିକଙ୍କୁ ଉଦ୍ଧାର କରୁଛି ବ୍ରିଟେନ

ନୂଆଦିଲ୍ଲୀ: ଭାରତରେ କରୋନା ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଏଠାରେ ଫସିଥିବା ବ୍ରିଟିଶ ନାଗରିକମାନଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ବ୍ରିଟେନ ସରକାର। ଏଥିପାଇଁ ବ୍ରିଟିଶ ଏୟାରୱେଜ ପକ୍ଷରୁ ବିମାନ ସେବା ଆରମ୍ଭ ହୋଇଛି। ୧୩ ଏପ୍ରିଲରୁ ଏହି ସେବା ଆରମ୍ଭ ହୋଇଥିବାବେଳେ ଏହା ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ମିଳିଛି।

ବ୍ରିଟିଶ ଏୟାରୱେଜ ପକ୍ଷରୁ ଏକ ପ୍ରେସ ବିବୃତିରେ କୁହାଯାଇଛି ଯେ, ଭାରତରେ ୧୧ ବିମାନ ବନ୍ଦରରୁ ୨ ସପ୍ତାହ ମଧ୍ୟରେ ସ୍ବତନ୍ତ୍ର ଉଡ଼ାଣ ଜାରି ରହିବ। ଏହି ସ୍ବତନ୍ତ୍ର ବିମାନ ସେବା ଦିଲ୍ଲୀ, ମୁମ୍ବଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ଚେନ୍ନାଇରୁ ଜାରି ରହିଛି। ଏହାବ୍ୟତୀତ ଗୋଆ, ଅମୃତସର, କଲକାତା, ଅହମଦାବାଦ, କୋଚି ଏବଂ ଥିରୁଭାନନ୍ତପୂରମରୁ ମଧ୍ୟ ଉଡ଼ାଣ ଜାରି ରହିଛି।

- Advertisement -

ସୂଚନାଯୋଗ୍ୟ, ଏହା ପୂର୍ବରୁ ୟୁଏଇ ମଧ୍ୟ ନିଜ ଦେଶର ନାଗରିକମାନଙ୍କୁ ଭାରତରୁ ନେଇଯିବ ବୋଳି ଘୋଷଣା କରିଥିଲା। ଏଥିପାଇଁ ସ୍ବତନ୍ତ୍ର ବିମାନ ଉଡ଼ାଣ ପରିଚାଳନା କରାଯିବ। ଭାରତରେ କରୋନା ଭୂତାଣୁକୁ ରୋକିବା ଲାଗି ମାର୍ଚ୍ଚ ୨୪ ମଧ୍ୟରାତ୍ରିରୁ ଦେଶବ୍ୟାପୀ ଲକଡାଉନ ଘୋଷଣା କରାଯାଇଛି। ଫଳରେ ବନ୍ଦ ଯୋଗୁ ବିଦେଶୀ ନାଗରିକମାନେ ଫସିରହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories