www.samajalive.in
Saturday, December 6, 2025
23.1 C
Bhubaneswar

ସଫାରି ବୋନେଟ୍‌ରେ ବସି ରିଲ୍‌ କରିବା ପଡ଼ିଲା ମହଙ୍ଗା; କଟିଲା ୧୫,୫୦୦ ଟଙ୍କାର ଚା​‌ଲାଣ

ପ୍ରୟାଗରାଜ: ପ୍ରୟାଗରାଜରେ ସଫାରି କାର୍‌ର ବୋନେଟ୍‌ ଉପରେ ବସି ରିଲ୍‌ କରିବା ଜଣେ କନିଆଁଙ୍କୁ ମହାଙ୍ଗା ପଡ଼ିଛି। ଫଟୋ ଏବଂ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କାର ନାଁରେ ୧୫,୫୦୦ ଟଙ୍କାର ଚା​‌ଲାଣ କାଟିଛି।

ସିଭିଲ ଲାଇନ୍ସ ସ୍ଥିତ ବ୍ରାଇଡାଲ ଷ୍ଟୁଡିଓରେ ମେକଅପ୍‌ ହେବା ପରେ ଜଣେ କନିଆଁ ରିଲ୍‌ କରିବା ପାଇଁ ଷ୍ଟୋନ କ୍ୟାଥେଡ୍ରାଲରେ ପହଞ୍ଚିଥିଲେ। ଟାଟା ସଫାରି କାର୍‌ର ବୋନେଟ୍‌ ଉପରେ ବସି ସେ ରିଲ୍‌ କରିଥିଲେ। ଏହାପରେ ବିନା ହେଲ୍‌ମେଟ୍‌ରେ ସ୍କୁଟି ଚଲାଇ ମଧ୍ୟ ରିଲ୍‌ କରିଥିଲେ। ଏହି ସମୟରେ ତାଙ୍କୁ ଦେଖିବା ପାଇଁ ସେଠାରେ ଭିଡ଼ ଜମିଥିଲା। ଦେଖୁ ଦେଖୁ ଏହି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଏହାପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସଫାରି ବୋନେଟ୍‌ ଉପରେ ବସି ରିଲ୍‌ କରିବାକୁ ନେଇ ୧୫,୫୦୦ ଟଙ୍କା ଓ ବିନା ହେଲମେଟ୍‌ରେ ସ୍କୁଟି ଚଲାଇବାକୁ ନେଇ ୧୫୦୦ ଟଙ୍କାର ଚାଲାଣ କାଟିଛି।

- Advertisement -

କୁହାଯାଉଛି ଯେ, ଟାଟା ସଫାରିଟି ଜିଲାର ଶଙ୍କରଗଡ଼ର ସୌରଭ କୁମାରଙ୍କ ନାମରେ ପରିବହନ ବିଭାଗରେ ପଞ୍ଜିକୃତ ହୋଇଛି। ବୋନେଟ୍‌ ଉପରେ ବସି ରିଲ୍‌ କରିଥିବା ଯୁବତୀଙ୍କ ନାଁ ବର୍ଣ୍ଣିକା ଚୌଧୁରୀ ଓ ସେ ଅଲ୍ଲାପୁର ବାସିନ୍ଦା ବୋଲି ଜଣାପଡ଼ିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories