ବ୍ରେଡ଼ ମାଲପୁଆ
ପ୍ରସ୍ତୁତି ସାମଗ୍ରୀ:
ପାଉଁରୁଟି- ୪ଟି
ଚିନି- ୧ କପ୍
ପେସ୍ତା ବାଦାମ- ୭ ରୁ ୮ଟି
ଆଲମଣ୍ଡ- ୭ ରୁ ୮ଟି
ଫଳ ରଙ୍ଗ
ଘିଅ
ରାବିଡ଼ି
ପ୍ରସ୍ତୁତ ପ୍ରଣାଳୀ:
ପ୍ରଥମେ ପାଉଁରୁଟିକୁ ମଝିରୁ ଗୋଲ କରି କାଟି ଦିଅନ୍ତୁ। ଅଳ୍ପ ଆଞ୍ଚରେ ଗୋଟିଏ ପାତ୍ରରେ ପାଣି ଓ ଚିନି ନେଇ ଫୁଟାନ୍ତୁ। ଚିନି ସିରା ପ୍ରସ୍ତୁତ ହୋଇଗଲା ପରେ ସେଥିରେ ପେସ୍ତା ବାଦାମ,ଆଲମଣ୍ଡ ଓ ଫଳ ରଙ୍ଗ ମିଶାନ୍ତୁ। ତାପରେ ଅନ୍ୟ ଏକ ପାତ୍ରରେ ଘିଅ ଗରମ କରନ୍ତୁ। ଘିଅ ଗରମ ହୋଇଗଲା ପରେ କଟା ହୋଇଥିବା ପାଉଁରୁଟିକୁ ସୁନେଲି ରଙ୍ଗ ହେବା ଯାଏଁ ଛାଣନ୍ତୁ। ତାପରେ ପାଉଁରୁଟିକୁ ବାହାର କରି ଚିନି ସିରାରେ କିଛି ସମୟ ପର୍ଯ୍ୟନ୍ତ ବୁଡ଼ାଇ ରଖି ବାହାର କରିଦିଅନ୍ତୁ। ମାଲପୁଆ ଉପରେ କାଜୁ,କେସର ପକାଇ ସଜାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ବ୍ରେଡ଼ ମାଲପୁଆ।