BJD Bijuli 480×75 Mob

‘ପୁରୁଷଙ୍କୁ ‘କୁମ୍ଭୀର’, ମହିଳାଙ୍କୁ ଦାଢ଼ିଆ କରିପାରେ ଟିକା’

BJD Bijuli 480×75 Mob

ବ୍ରାସିଲିଆ : ଆରମ୍ଭରୁ କରୋନାକୁ ବେଖାତିର କରିଆସୁଥିବା ଓ କରୋନା ଟିକାକୁ ସମାଲୋଚନା କରିଆସୁଥିବା ବ୍ରାଜିଲ ରାଷ୍ଟ୍ରପତି ଜାଇର୍‌ ବୋଲ୍‌ସୋନାରୋ ଏବେ କରୋନା ଟିକାକୁ ପରିହାସ କରିଛନ୍ତି। ଫାଇଜର ଟିକା ପୁରୁଷଙ୍କୁ ‘କୁମ୍ଭୀର’ରେ ପରିଣତ କରିଦେଇପାରେ ଏବଂ ମହିଳାଙ୍କ ମୁହଁରେ ‘ଦାଢ଼ି’ ଜନ୍ମାଇ ପାରେ ବୋଲି ସେ ଆକ୍ଷେପ କରିଛନ୍ତି। ଫାଇଜର ଟିକା ନେଇଥିବା ବ୍ୟକ୍ତିଙ୍କଠାରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ପ୍ରକାଶ ପାଇଲେ, କେହି କୁମ୍ଭୀର ପାଲଟିଗଲେ କିମ୍ବା କୌଣସି ମହିଳାଙ୍କ ମୁହଁରେ ଦାଢ଼ି ଉଠିଲେ କିମ୍ବା କୌଣସି ପୁରୁଷଙ୍କ କଣ୍ଠସ୍ବର ନାରୀଙ୍କ ଭଳି ହୋଇଗଲେ ବା କେହି ସୁପର ହ୍ୟୁମ୍ୟାନ ହୋଇଗଲେ ସରକାର ଦାୟୀ ରହିବେ ନାହିଁ ବୋଲି ସେ ଚେତାଇ ଦେଇଛନ୍ତି। ଦେଶର ୭୦ପ୍ରତିଶତ ନାଗରିକଙ୍କୁ ଟିକାକରଣ ଆରମ୍ଭ ଅବସରରେ ବୋଲ୍‌ସୋନାରୋ ଏଭଳି ମନ୍ତବ୍ୟ ଦେଇଛନ୍ତି।

Comments are closed.