www.samajalive.in
Saturday, December 6, 2025
16.1 C
Bhubaneswar

ତୈଳ ଦରବୃଦ୍ଧି ପ୍ରତିବାଦ: ବ୍ରଜରାଜନଗରରେ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ପାଳନ

ବ୍ରଜରାଜନଗର : ଆଜି ବ୍ରଜରାଜନଗର ନଗର କଂଗ୍ରେସ କମିଟି ପକ୍ଷରୁ ପେଟ୍ରୋଲ ଡିଜେଲ ଦରବୃଦ୍ଧି ପ୍ରତିବାଦରେ ସକାଳ ୭ରୁ ଦିନ ୧ ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି।
ଏହାର ପ୍ରଭାବରେ ସହରର ସମସ୍ତ ଦୋକାନ ବଜାର, ପେଟ୍ରୋଲ ପମ୍ପ, ଯାନବାହନ ଚଳାଚଳ, ବ୍ୟାଙ୍କ, କେନ୍ଦ୍ରୀୟ କାର୍ଯ୍ୟାଳୟ ଏବଂ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। କଂଗ୍ରେସ ନେତା ସନ୍ତୋଷ ବଡ଼ପଣ୍ଡା, ଯୁବ କଂଗ୍ରେସ ନେତା ଜୀବନ ସାର୍ଥକ ଦାସ, ଦେବେଶ ପଣ୍ଡା, ରାମଦାସ ପଣ୍ଡା, ଜଗଦୀଶ ପୁରୋହିତ, ପ୍ରଦୀପ ରାୟ, ଚନ୍ଦ୍ରଭାନୁ ଖଣ୍ଡା, ଦୀପକ ରାୟ, ରାଜୁ ସାହା, ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ବହୁ କର୍ମକର୍ତ୍ତା ସହରରେ ବାଇକ ରାଲି ସହ ପିକେଟିଂ ପୂର୍ବକ ଦୋକାନ ବଜାର ବନ୍ଦ କରିଛନ୍ତି। କଂଗ୍ରେସର ୬ ଘଣ୍ଟିଆ ବନ୍ଦ ପାଳନ ଯୋଗୁଁ ୪୯ ନମ୍ବର ଜାତୀୟ ରାଜପଥ ଗାନ୍ଧିଛକ ଦେଇ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି।
ଏହାକୁ ଦୃଷ୍ଟିରେ ରଖି ବ୍ରଜରାଜନଗର ସହରର ପ୍ରମୂଖ ଛକମାନଙ୍କରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ସେପଟେ ଏହି ବନ୍ଦ ସମୟରେ ହସ୍‍ପିଟାଲ, ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ୍, ଦମକଳ, ଆମ୍ବୁଲାନ୍ସ, ଦୁଗ୍ଧ ଗାଡ଼ି, ବରଯାତ୍ରୀ ଗାଡ଼ି ଏବଂ ସ୍ୱର୍ଗରଥ ଗାଡ଼ିକୁ ଏହି ବନ୍ଦରୁ ବାଦ ଦିଆଯାଇଛି। ଅପରପକ୍ଷେ ଅଞ୍ଚଳବାସୀ ମଧ୍ୟ ଅହେତୁକ ଦର ଦାମ ବୃଦ୍ଧିକୁ ବିରୋଧ କରି ସ୍ବତପ୍ରବୃତ୍ତ ଭାବେ ଦୋକାନ ବଜାର ବନ୍ଦ କରି ଏହି ବନ୍ଦ ଡାକରାକୁ ସମର୍ଥନ କରିଥିବା ସ୍ପଷ୍ଟ ବାରି ହୋଇପଡ଼ିଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories