www.samajalive.in
Friday, December 12, 2025
16.1 C
Bhubaneswar

ବ୍ରଜରାଜନଗର ପୌର ପରିଷଦ ବିରୋଧରେ ଭତ୍ତା ଟଙ୍କା ହେରଫେର୍‍ ଅଭିଯୋଗ

ବ୍ରଜରାଜନଗର :  ଆୟ ବହିର୍ଭୂତ ସମ୍ପତ୍ତି ଠୁଲ ଅଭିଯୋଗରେ ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ ଦିଲୀପ ପଟେଲଙ୍କୁ ଭିଜିଲାନ୍ସ ଗିରଫ କରି ଜେଲ ପଠାଇ ଦେଇଛି। ସେପଟେ ବ୍ରଜରାଜନଗର ପୌର ପରିଷଦରେ ଦୀର୍ଘ ବର୍ଷ ଧରି ଚାଲିଥିବା ଅନେକ ଦୁର୍ନୀତିର ଗୁମର ଧିରେ ଧିରେ ଅଭିଯୋଗ ଆଧାରରେ ଲୋକ ଲୋଚନକୁ ଆସିବାରେ ଲାଗିଛି। ତେଣୁ ରାଜନୈତିକ ତଥା ପ୍ରଭାବଶାଳୀଙ୍କ ଆଙ୍ଗୁଳି ନିର୍ଦ୍ଦେଶରେ ଚାଲିଥିବା ମନମୁଖି ଶାସନର ଝଲକ ଲୋକେ ଅନୁଭବ କରିବା ଆରମ୍ଭ କରିଛନ୍ତି। ଅପରପକ୍ଷେ ବର୍ତମାନ ଝାରସୁଗୁଡ଼ା ଜିଲ୍ଲାରେ ଭିଜିଲାନ୍ସ ସକ୍ରିୟ ଥାଇ ଅନେକ ଗୋପନୀୟ ତଥ୍ୟର ଖୋଲତାଡ଼ କରୁଥିବା ସମୟରେ ପୁଣି ବ୍ରଜରାଜନଗର ପୌର ପରିଷଦ ବିରୋଧରେ ଆସିଥିବା ଭତ୍ତା ଟଙ୍କା ହେରଫେର ମାମଲା ଘଟଣାକୁ ଆହୁରୀ ଗମ୍ଭୀର କରି ଦେଇଛି।

ବ୍ରଜରାଜନଗର ପୌର ପରିଷଦ ଅଧିନସ୍ଥ ୱାର୍ଡ-୧୩ ମଧୁବନ ନଗରର ମାସି ପ୍ରକାଶ ଆଇନ୍ଦ ମଧୁବାବୁ ପେନସନ ଯୋଜନାରେ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ସାମିଲ ଅଛନ୍ତି। ଏହି ଯୋଜନା ମାଧ୍ୟମରେ ମାସି ପ୍ରକାଶଙ୍କ ଖାତାରେ ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ଚାରି ମାସରେ ୨୦୦୦ ଟଙ୍କା ଆସିଥିଲା। ହେଲେ ଏହି ଯୋଜନାର କାର୍ଡଟି ମାସି ପ୍ରକାଶଙ୍କୁ ଅଗଷ୍ଟ ମାସରେ ପ୍ରଦାନ କରାଯାଇଥିଲା। ତେବେ ଯେତେ ବେଳେ ଖାତାରେ ଚାରି ମାସର ଦୁଇ ହଜାର ଟଙ୍କା ଜମା ହୋଇଥିବା ଲେଖାଯାଇଥିବା ବେଳେ ମାସି ପ୍ରକାଶଙ୍କୁ କେବଳ ଅଗଷ୍ଟ ମାସର ମାତ୍ର ୫୦୦ ଟଙ୍କା ପ୍ରଦାନ କରାଯାଇଥିଲା। ସେପଟେ ମାସି ପ୍ରକାଶ ଏହାର ବିରୋଧ କରି ଟଙ୍କା ନେବାକୁ ମନା କରି ଦେଇଥିଲେ। ଏନେଇ ହିତାଧିକାରୀ ମାସି ପ୍ରକାଶ ପୌର ପରିଷଦର ପେନସନ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବାରୁ ସେମାନେ ତାଙ୍କୁ ଦୁର୍ବ୍ୟବହାର କରି ଭତ୍ତା କାର୍ଡ ଛଡ଼ାଇ ନେଇଥିବାର ଗୁରତର ଅଭିଯୋଗ ହୋଇଛି।

- Advertisement -

ସେପଟେ ମାସି ପ୍ରକାଶ ଅଳ୍ପ ଶିକ୍ଷିତ ହୋଇଥିବାରୁ ଲିଖିତ ଅଭିଯୋଗ କରି ପାରିନଥିଲେ। ତେଣୁ ଘଟଣା ବାବଦରେ ସ୍ଥାନୀୟ ଯୁବକଙ୍କୁ କହିବାରୁ କେତେକ ସ୍ଥାନୀୟ ଯୁବକ ବ୍ରଜରାଜନଗର ପୌର ପରିଷଦ କାର୍ଯ୍ୟାଳୟରେ ବାର୍ଦ୍ଧକ୍ୟ ଭତ୍ତା ହେରଫେର୍‍ ନେଇ ଏକ ଲିଖିତ ଅଭିଯୋଗ କରି ଘଟଣାର ତଦନ୍ତ କରି ଉଚିତ୍‍ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି। ଅଭିଯୋଗ ପତ୍ରରେ ଗୁରୁଚରଣ ସିଂହ, ବସନ୍ତ କୁମାର, ପ୍ରେମାନନ୍ଦ ପ୍ରଧାନ ପ୍ରମୁଖଙ୍କ ଦସ୍ତଖତ ରହିଛି। ଏହାର ନକଳ ଝାରସୁଗୁଡ଼ା ଜିଲ୍ଲାପାଳ, ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତଥଶ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରେରଣ କରାଯାଇଛି।

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories