www.samajalive.in
Saturday, December 13, 2025
26.1 C
Bhubaneswar

ଭୂଲ ଥିଲା ଲକ୍‌ଡାଉନ୍‌ ରଣନୀତି, ଚଳିତବର୍ଷ ଜିଡିପିକୁ ୨୦ ଲକ୍ଷ କୋଟିର କ୍ଷତି

ନୂଆଦିଲ୍ଲୀ: ସମ୍ପ୍ରତି ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୈମାସରେ ଦେଶର ​ମୋଟ ଘରୋଇ ଉତ୍ପାଦ(ଜିଡିପି) ଅଭିବୃଦ୍ଧିରେ ଏକ ଚତୁର୍ଥାଂଶ ହ୍ରାସ ଘଟିଛି। ଏହାର କାରଣ ​ହେଉଛି କରୋନା ମାହାମାରୀ ପାଇଁ ଲାଗୁ କରାଯାଉଥିବା ଲକ୍‌ ଡାଉନ୍‌ର ବିଫଳତା। ସରକାର ଉପଯୁକ୍ତ ରଣନୀତି ସହ ଲକ୍‌ଡାଉନ୍‌ କାର୍ଯ୍ୟକାରୀ କରି ନ ପାରିବା ଯୋଗୁ ଦେଶର ଜିଡିପିରେ ଏଭଳି ହ୍ରାସ ଘଟିଛି। ଏହାର ପ୍ରଭାବ ସ୍ବରୂପ ଚଳିତ ଆର୍ଥିକବର୍ଷରେ ଜିଡିପି ବା ଦେଶର ଅର୍ଥ ବ୍ୟବସ୍ଥାକୁ ୨୦ ଲକ୍ଷ ​କୋଟି ଟଙ୍କାର କ୍ଷତି ଘଟିବାକୁ ଯାଉଥିବା ପୂର୍ବତନ ଅର୍ଥ ସଚିବ ସୁବାଷ ଚନ୍ଦ୍ର ଗର୍ଗ କହିଛନ୍ତି।
ପ୍ରାରମ୍ଭରୁ ଲକ୍‌ଡାଉନ୍‌ ଯୋଗୁ ଯଦିବା କରୋନା ବ୍ୟାପିବା ବଢ଼ି ନ ଥିଲା କିନ୍ତୁ ଏହାର ପ୍ରଭାବ ଦେଶର ଅର୍ଥନୀତିକୁ ବହୁତ କ୍ଷତି ପହଞ୍ଚାଇଥିବା ଶ୍ରୀ ଗର୍ଗ କହିଛନ୍ତି। ବର୍ତ୍ତମାନ ଲକ୍‌ଡାଉନ୍‌ ହଟାଇ ଦିଆଯାଇଥିଲେ ସୁଦ୍ଧା ମହାମାରୀ ଏବେ ଦ୍ରୁତ ଗତିରେ ବଢ଼ି ଚାଲିଛି। ତେଣୁ ଏଭଳି ସମୟରେ ସବୁଠାରୁ ଏହା ଭଲ ହୋଇଥାନ୍ତା ଯେ, ସରକାର ଦେଶର ଅର୍ଥ ବ୍ୟବସ୍ଥା ସହ ସାଲିସ୍‌ ନ କରି ମହାମାରୀ ଉପରେ ଅଙ୍କୁଶ ଲଗାଇବାକୁ ପ୍ରୟାସ କରିଥା​ନ୍ତେ ​‌ବାଲି ​ସେ କହିଛନ୍ତି।  ୨୦୨୧ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଦେଶର ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ତେବେ ସେ ସମୟ ପର୍ଯ୍ୟନ୍ତ କୋଭିଡ୍‌-୧୯ ଏବଂ ଏହା ଯୋଗୁ ସୃଷ୍ଟି ହେଉଥିବା ପ୍ରଭାବରେ ଜିଡିପିକୁ ୧୦-୧୧ ପ୍ରତିଶତ ଅର୍ଥାତ୍‌ ୨୦ ଲକ୍ଷ ​କୋଟି ଟଙ୍କାର କ୍ଷତି ପହଞ୍ଚିଥିବ। ଆତ୍ମ ନିର୍ଭରଶୀଳ ପ୍ୟାକେଜ୍‌ରେ ସୁଧାର ଆଣି ଏହାର ଲାଭ ଏମ୍‌ଏସ୍ଏମ୍‌ଇକୁ ଦିଆଯିବା ସହ କରୋନାରେ ବେରୋଜଗାର ହୋଇଥିବା ଶ୍ରମିକମାନଙ୍କୁ ସହାୟତା ଦେବା ଜରୁରୀ ବେ‌ାଲି ସେ କହିଛନ୍ତି। ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି​ରେ ୨୩.୯% ହ୍ରାସ ଘଟିବା ପରେ ଦ୍ବିତୀୟ ତ୍ରୈମାସରେ ଏଥିରେ ୧୨ରୁ ୧୫% ହ୍ରାସ ଘଟିଥିଲା। ତେବେ ତୃତୀୟ ତ୍ରୈମାସରେ ଜିଡିପିରେ ୪-୫% ହ୍ରାସ ଘଟିପାରେ ବୋଲି ଶ୍ରୀ ଗର୍ଗ କହିଛନ୍ତି। ସେ ଆହୁରିମଧ୍ୟ କହିଛନ୍ତି ଯେ, ଜିଡିିପିରେ ହ୍ରାସର ମୁଖ୍ୟ କାରଣ ହେଉଛି ଏହି ସମୟ​ରେ ସମସ୍ତଙ୍କ ଆୟରେ ହ୍ରାସ ଘଟିବା। ଆତ୍ମ ନିର୍ଭରଶୀଳ ପ୍ୟାକେଜ୍‌ର ଲାଭ କେବଳ ୪୦-୫୦ ଲକ୍ଷ ଏମ୍‌ଏସ୍ଏମ୍‌ଇକୁ ମିଳିପାରିବ। ତେ​ବେ ସରକାର ଏମ୍‌ଏସ୍ଏମ୍‌ଇଗୁଡିକୁ ସିଧାସଳଖ ଅନୁଦାନ ପ୍ରଦାନ କରିବା ସବୁଠାରୁ ଉତ୍ତମ ହେବ ​ବୋଲି ସେ କହିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories