ସୁଖୋଇ-୩୦ରୁ ବ୍ରହ୍ମସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା

ନୂଆଦିଲ୍ଲୀ : ସ୍ବଦେଶ ଜ୍ଞାନ କୌଶଳରେ ନିର୍ମିତ ବ୍ରହ୍ମସ ସୁପରସୋନିକ କ୍ରୁଜ୍ କ୍ଷେପଣାସ୍ତ୍ରର ଏୟାର ଭର୍ସନର ସଫଳ ପରୀକ୍ଷଣ କରାଯାଇଛି। ବାୟୁସେନାର ଯୁଦ୍ଧବିମାନ ସୁଖୋଇ-୩୦ ଏମ୍‌କେଆଇରୁ ଏହି କ୍ଷେପଣାସ୍ତ୍ରକୁ ପରୀକ୍ଷା କରାଯାଇଥିବାବେଳେ ଏହା ଧାର୍ଯ୍ୟ ଲକ୍ଷ୍ୟକୁ ଟାର୍ଗେଟ କରିବାରେ ସଫଳ ହୋଇଥିଲା। ବୁଧବାର ବଙ୍ଗୋପସାଗର ଉପକୂଳରେ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଥିଲା। ବାୟୁସେନାର ସୁଖୋଇ ଯୁଦ୍ଧବିମାନ ବ୍ରହ୍ମସ କ୍ଷେପଣାସ୍ତ୍ରକୁ ଧାରଣ କରି ୧୫୦୦ କିମି ଦୂର ଯାତ୍ରା କରିଥିଲା। ପରେ ଏହି କ୍ଷେପଣାସ୍ତ୍ରକୁ ଧାର୍ଯ୍ୟ ଲକ୍ଷ୍ୟସ୍ଥଳକୁ ମାଡ କରିଥିଲା। ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଦ୍ବାରା ବାୟୁସେନାର ଶକ୍ତି ବୃଦ୍ଧି ହୋଇଛି।

Comments are closed.