www.samajalive.in
Saturday, December 6, 2025
17.1 C
Bhubaneswar

ଓଡ଼ିଶା କଂଗ୍ରେସ ନେତାଙ୍କୁ ବକ୍ସିଂ ମାଷ୍ଟର ବିଜେନ୍ଦ୍ର ଶିଖେଇଲେ ରାଜନୀତି ଯୁଦ୍ଧ କଳା

 

ଭୁବନେଶ୍ୱର: ଅଲମ୍ପିକ ପଦକ ବିଜେତା ବିଜେନ୍ଦର ସିଂ ଓଡିଶାର ସାମାଜିକ ଗଣମାଧ୍ୟମକୁ ପଢ଼ାଇଛନ୍ତି ପାଠ । ସାମାଜିକ ଗଣମାଧ୍ୟମରେ କିପରି ଦଳକୁ ଅଧିକ ସକ୍ରିୟ କରି ରଖାଯିବ ଏବଂ ଏଥିରୁ ଦଳ ଲୋକଙ୍କ ପାଖ​‌ରେ କିପରି ପହଞ୍ଚି ପାରିବ ସେ ସମ୍ପର୍କରେ ଭର୍ଚ୍ୟୁଆଲ ଶିକ୍ଷାଦାନ କରିଛନ୍ତି ।  ସତ୍ୟ ଏବଂ ନ୍ୟାୟ ଆଧାରିତ ଖବର ଗୁଡିକୁ ଜନମାନସରେ ପ୍ରସାର କରିବା ପାଇଁ ଉତ୍ସାହିତ କରିଛନ୍ତି।
.ଆଜି ପ୍ରଦେଶ କଂଗ୍ରେସ ସୋସିଆଲ ମିଡିଆର ଅଧ୍ୟକ୍ଷ ଅଭିଷେକ ମହାନନ୍ଦ ଏବଂ ତାଙ୍କର ୧୦୦ ରୁ ଅଧିକ କାର୍ଯ୍ୟକର୍ତାଙ୍କ ସହ ବକ୍ସର ଶ୍ରୀ ସିଂହ ଅନଲାଇନ ଜରିଆରେ ସିଧାସଳଖ ଆଲୋଚନା କରିଥିଲେ।କଂଗ୍ରେସ ସାମାଜିକ ଗଣମାଧ୍ୟମ ବିଭାଗକୁ ପରାମର୍ଶ ଦେଇ ଶ୍ରୀ ସିଂ କହିଲେ ଯେ ବିଶ୍ୱାସ ଓ କଠିନ ପରିଶ୍ରମ ଦ୍ୱାରା ସବୁ ସମ୍ଭବ ଏବଂ ଜନତାଙ୍କ ମନ ବି ଜିଣିହୁଏ।ଏହି କାର୍ୟ୍ୟକ୍ରମ ରେ ଯୋଗ ଦେଇଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉତ୍ତର ରଖି ଶ୍ରୀ ସିଂହ କହିଥିଲେ କଂଗ୍ରେସ ର ନୀତି,ଆଦର୍ଶ ଓ ଐତିହ୍ୟ ସହ ଜାତିର ଜନକ ମାହାତ୍ମା ଗାନ୍ଧିଙ୍କ ଉତ୍ସଗ୍ରୀକୃତ ଅବଦାନ ମୋ ଜୀବନକୁ ପ୍ରଭାବିତ କରିଥିବାରୁ ମୁଁ କଂଗ୍ରେସ ଦଳକୁ ପସନ୍ଦ କରେ।ଏଣୁ ଏହି ଦଳରେ ଅବଶିଷ୍ଟ ସମୟ ସେବାରେ ଲଗାଇ କଂଗ୍ରେସ କୁ ମଜବୁତ କରିବା ପାଇଁ ଚେଷ୍ଟା କରିବି ବୋଲି ଶ୍ରୀ ପଟ୍ଟନାୟକ ଙ୍କୁ ଉତ୍ତର ରଖିଥିଲେ।ଓଡ଼ିଶାର ଯୁବକ ମାନଙ୍କ ପାଇଁ ସନ୍ଦେଶ ଦେଇ ସେ କହିଲେ ରାଜ୍ୟର ଯୁବ ସମାଜ ଅଧିକାଂଶ ସାଧାରଣତଃ ମଧ୍ୟବିତ ପରିବାରର ଅଟନ୍ତି।ମଧ୍ୟବିତ୍ତ ପରିବାରରୁ ଶ୍ରୀ ସିଂହ ଆସି ଅନ୍ତର୍ଜାତୀୟ ଅଲମ୍ପିକ ଖେଳରେ ଖ୍ୟାତି ଅର୍ଜନ କରିବା ସମ୍ଭବ ହୋଇଥିବାରୁ ରାଜ୍ୟ ଯୁବକ ମାନଙ୍କ ପାଇଁ ଓଡିଶା ବିକାଶର ଗୁରୁ ଦାଇତ୍ୱ ନେବା ଆଦୌ କଷ୍ଟକର ବ୍ୟାପାର ନୁହେଁ। ଯୁବକ ମାନେ ଚାହିଁଲେ ଦେଶର ବିତଶାଳୀ ତଥା ବଳବାନ ଲୋକଙ୍କୁ ସହଜରେ ପରାସ୍ତ କରିପାରିବେ।କଂଗ୍ରେସ ର ଗୁଣମତ୍ତା ତଥା ଆଇନ ସିଦ୍ଧ କାର୍ୟ୍ୟ ସବୁବେଳେ ଦେଶ ବିକାଶରେ ସହାୟକ ହୋଇଛି।ସାଂପ୍ରତିକ ରାଜସ୍ଥାନ ରାଜନୀତିରେ ବିଜେପି ର କୁଶଛିତ କ୍ଷମତା ଲୋଭ ଆଜି ପଦାରେ ପଡିଛି।ଅନ୍ୟଦଳର ଅର୍ଥ,ବାହୁବଳ ଏବଂ ଅନ୍ନ୍ୟାୟୋଚିତ କାର୍ୟ୍ୟରେ ବ୍ୟତିବ୍ୟସ୍ତ ହେବା ଆବଶ୍ୟକ ନୁହେଁ।ସୂର୍ୟ୍ୟ ମଧ୍ୟ ଅସ୍ତ ହୁଅନ୍ତି,ଆଉ ରାତି ପାହି ସକାଳ ଭି ହୁଏ।କଂଗ୍ରେସ କର୍ମୀମାନେ ମଧ୍ୟ ସେହିପରି ସକାଳ ପାଇଁ ଧର୍ୟ୍ୟ ର ସହ ଅପେକ୍ଷା କରିବା ଦରକାର।
ଅଖିଳ ଭାରତ କଂଗ୍ରେସ ସାମାଜିକ ଗଣମାଧ୍ୟମ ସଂଯୋଜକ ବିପିନ ଯାଦବଙ୍କ ସହ ଯୁବ ବିଧାୟକ ରମେଶ ଜେନା,ଯୁବନେତା ନବଜ୍ୟୋତି ପଟ୍ଟନାୟକ,ପୀତବାସ ପଣ୍ଡା, ଜୋୟତା ରାୟ, ସମସିଦା ତାଏବ,ଚନ୍ଦନ ରାୟ,ରଞ୍ଜନ ପାଣି,ମୁକେଶ ଅଗ୍ରୱାଲ,ଗୌରବ ତଣ୍ଡି, ପ୍ରମୁଖ ଯୋଗଦେଇ ଥିଲେ।  ଓଡିଶା ସାମାଜିଜ ଗଣମାଧ୍ୟମର ସାଧାରଣ ସମ୍ପାଦକ ଚନ୍ଦନ ରାୟ ଓ  ଚେତନ ମିଶ୍ର ପରିଚାଳନା କରିଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories