www.samajalive.in
Saturday, December 13, 2025
26.1 C
Bhubaneswar

ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ଠାରେ ‘ସମ୍ବଲପୁର ଦିନ୍’ ମହାସମାରୋହରେ ପାଳିତ

ବୌଦ୍ଧ: ବାଉଁଶୁଣୀ ତୁଳସୀ କଲ୍ୟାଣ ମଣ୍ଡପ ପରିସରରେ ଗତକାଲି ଅପରାହ୍ଣ ୫ଘଂଟା ସମୟରେ ପଶ୍ଚିମାଂଚଳ ଏକତା ମଂଚ ଓ ବାଉଁଶୁଣୀ ସାଂସ୍କୁତିକ ପରିଷଦ ତରଫରୁ ସମ୍ବଲପୁରୀ ଦିନ ଅବସରରେ ଏକ ସଭା ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଂଟାମାଳ ବିଧାୟକ ମହିଧର ରଣା, ସମ୍ମାନୀତ ଅତିଥି ଭାବେ ବୌଦ୍ଧ ବ୍ଲକ ଚେୟାରମ୍ୟାନ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, କରୁଣାକର ଘଂଟୁଆଳ, ସରଂପଚ ଅଜିତ ମେହେର, ଅଇଂଠୁ ମହାଲିକ, ସମିତି ସଭ୍ୟ ପ୍ରମୋଦ କୁମାର ଦେହୁରୀ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ  ସୌରଭ ଖମାରୀ ଯୋଗଦାନ କରି ଦିନର ମହତ୍ବ ଉପରେ ଆଲୋକପାତ କରିଥିଲେ ।

ବାଉଁଶୁଣୀ ସାଂସ୍କୁତିକ ପରିଷଦର ସଭାପତି ଡାକ୍ତର ପ୍ରିୟବ୍ରତ ବେହେରା କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ପଶ୍ଚିମାଂଚଳ ଏକତା ମଂଚର ଜିଲ୍ଲା ସଂଯୋଜକ ଦେବାଶିଷ ପୁରୋହିତ ସମ୍ବଲପୁରୀ ଦିନ୍ ପାଳନର ଆବଶ୍ୟକତା ସଂପର୍କରେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା ଶ୍ରୀନିବାସ ମେହେର କରିଥିଲେ । ସଭପରେ ସମସ୍ତଙ୍କୁ ଅଂଚଳର ପ୍ରସିଦ୍ଧ ଚାଉଳ ବରାରେ ଆପ୍ୟାୟୀତ କରା ଯାଇଥିଲା । ସାଂସ୍କୁତିକ କାର୍ଯ୍ୟକ୍ରମରେ ସମ୍ବଲପୁରୀ ନୃତ୍ୟ ଓ ଗୀତ ପରିବେଷଣ କରାଯାଇ ଥିଲା । ଆୟୋଜକ ମାନଙ୍କ ତରଫରୁ ଆଜିର ଦିବସରେ ସମ୍ବଲପୁରୀ କଥାବାର୍ତ୍ତା, ଡ୍ରେସ ପରିଧାନ, ଆଂଚଳିକ ଖାଦ୍ୟପେୟରେ ସାମିଲ ହେବାପାଇଁ ସଚେତନତା ସୁଷ୍ଟି କରିଥିଲେ ।

- Advertisement -

ଦ୍ଵିତୀୟ ଥର ସମ୍ବଲପୁରୀ ଦିନ୍ ପାଳନ କରାଯାଇଥିବାରୁ ସମସ୍ତେ ଉତ୍ସାହିତ ହୋଇଥିଲେ । ଆସନ୍ତା ବର୍ଷମାନଙ୍କରେ ଏହି ଦିବସକୁ ବ୍ୟାପକ କରାଯିବ ବୋଲି ଅତିଥି ଓ ଆୟୋଜକମାନେ ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ  ଉମାଶଙ୍କର ପାଢୀ, ଚକ୍ରଧର ମେହେର, ପରମେଶ୍ବର ମେହେର, ମନୋଜ ଗାଇଗୌରୀଆ, ଅକୁର ଗାଇଗୌରୀଆ ପରିଚାଳନା କରିଥିଲେ । ଦଶରଥ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories