www.samajalive.in
Wednesday, December 10, 2025
14.1 C
Bhubaneswar

ଚାଷୀଙ୍କୁ କେନ୍ଦ୍ର ଅବହେଳା ନେଇ ଗର୍ଜିଲା ବିଜେଡି; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ବୌଦ୍ଧ: ରାଜ୍ୟର ଚାଷୀଙ୍କୁ ବାରମ୍ବାର କେନ୍ଦ୍ରୀୟ ଅବହେଳା ନେଇ ବିଜେଡି ଆନ୍ଦୋଳନକୁ ଓହ୍ଲାଇଛି । ସୋମବାର ଦିନ ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ଜିଲାପାଳ ମାନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲା ବିଜେଡି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିବା ବେଳେ, ନେତାମାନେ ଚାଷୀଙ୍କ ପ୍ରତି କେନ୍ଦ୍ରୀୟ ଅବହେଳା ନେଇ ବର୍ଷିଥିଲେ । କେନ୍ଦ୍ର ସରକାରରେ କ୍ଷମତାସୀନ ବିଜେପି ପକ୍ଷରୁ ବାରମ୍ବାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ବିଶ୍ୱ ଦରବାରରେ ମାନ୍ୟତା ପାଇଥିବା ନବୀନ ପଟ୍ଟନାୟକଙ୍କୁ ବଦନାମ କରିବାକୁ ବିଭିନ୍ନ କୌଶଳ ଆପଣାଉଥିବା ବେଳେ ବିରୋଧୀଙ୍କ ଏହି କୌଶଳ କେବେ ମଧ୍ୟ ସଫଳ ହେବନାହିଁ ବୋଲି ବିଜେଡି ନେତାମାନେ ପ୍ରକାଶ କରିଥିଲେ ।

କେନ୍ଦ୍ର ସରକାର ଦ୍ୱାରା ରାଜ୍ୟର ଗରିବ ଚାଷୀମାନେ ଦୀର୍ଘଦିନ ହେଲା ଅବହେଳିତ ହୋଇ ରହିଛନ୍ତି । ଚାଷୀଙ୍କ ଧାନକ୍ରୟର ସହାୟକ ମୂଲ୍ୟ ବୃଦ୍ଧି ପାଇଁ ବାରମ୍ବାର କେନ୍ଦ୍ର ନିଟକରେ ଦାବି କରାଯାଇଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଇଆସିଛି । ସେହିପରି ପ୍ରଧାନମନ୍ତ୍ରୀ ଫସଲ ବୀମା ନାମରେ ଚାଷୀଙ୍କଠାରୁ ଋଣ ପ୍ରଦାନ ସମୟରେ ଅର୍ଥ କାଟି ରଖାଯାଇଥିବା ବେଳେ ଏପର୍ଯ୍ୟନ୍ତ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ବୀମା ଅର୍ଥ ପ୍ରଦାନ କରାଯାଇନଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି । ଚାଷୀଙ୍କୁ କେନ୍ଦ୍ର ସରକାର କେବଳ ଭୋଟବ୍ୟାଙ୍କ ଭଳି ବ୍ୟବହାର କରିଆସିଥିବା ବେଳେ ସେମାନଙ୍କର କୌଣସି ସମସ୍ୟା ପ୍ରତି ଧ୍ୟାନ ଦିଆଯାଉନାହିଁ । ପକ୍ରତିବର୍ଷ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖିନ ହୋଇ ଅନେକ ଗରିବ ଚାଷୀ ହତାଶ ହୋଇସାରିଲେଣି  ।

- Advertisement -

ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ନିଜସ୍ୱ ଯୋଜନା ମାଧ୍ୟମରେ ଚାଷୀ ପରିବାରକୁ ସାମାଜିକ, ସ୍ୱାସ୍ଥ୍ୟ, ଶିକ୍ଷା, ଖାଦ୍ୟ ଭଳି ମୌଳିକ ସହାୟତା ଯୋଗାଇଦିଆଯାଇଥିବା ବେଳେ ପ୍ରଚାର ସର୍ବଶ୍ୱ କେନ୍ଦ୍ର ସରକାର ଚାଷୀଙ୍କୁ ଅଣଦେଖା କରିଆସିଛି । ତେଣୁ ଚାଷୀଙ୍କ ସ୍ୱାର୍ଥ ଲାଗି କେନ୍ଦ୍ର ବିରୋଧରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ବିଜେଡି ନେତାମାନେ ଚେତାବନୀ ଦେଇଛନ୍ତି । ବୌଦ୍ଧଗଡ ଏନଏସି ଅଧ୍ୟକ୍ଷ ତଥା ଜିଲା ଯୁବବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଧାରଣା ସମାବେଶରେ କଣ୍ଟାମାଳ ବିଧାୟକ ମହୀଧର ରଣା, ଜିଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ କୁମାର ନାୟକ, ସାଂସଦ ପ୍ରତିନିଧି ତାରେଣି ମହାପାତ୍ର, ବିଜେଡି ରାଜ୍ୟ ଯୁଗ୍ମ ସଂପାଦକ ଅଶୋକ କୁମାର ସାହୁ, ଜିଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ମୁଣ୍ଡାପଡା ସରପଞ୍ଚ ବିଦ୍ୟାଧର ସ୍ୱାଇଁ, ବରିଷ୍ଠ ନେତା କିଶୋର ମେହେର, ସୁବାଶ ଚନ୍ଦ୍ର ସାହୁ, ମନୋରଞ୍ଜନ ପୁରୋହିତ, ସୁବୋଧ କୁମାର ପ୍ରଧାନ, ହରିଶ୍ଚନ୍ଦ୍ର ମିଶ୍ର, ଯୋଗେଶ୍ୱର ମହାକୁଳ ଓ ଏନଏସି ଉପନଗରପାଳ ସୁଭାଷିନୀ ସେଠୀଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ସାମିଲ ହୋଇଥିଲେ । ଏହି ଅବସରରେ ଚାଷୀଙ୍କୁ କେନ୍ଦ୍ରୀୟ ଅବହେଳା ଓ ବୀମାଟଙ୍କା ତୁରନ୍ତ ପ୍ରଦାନ କରିବାକୁ ବିଜେଡି ପକ୍ଷରୁ ଦାବିପତ୍ର ଜିଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା ଏହି ଦାବିପତ୍ରକୁ ଗ୍ରହଣ କରିଥିଲେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories