www.samajalive.in
Monday, December 8, 2025
24.1 C
Bhubaneswar

ଜିଲା ରେଡକ୍ରସ କମିଟି ବୈଠକ

ବୌଦ୍ଧ: ବୌଦ୍ଧଜିଲା ରେଡକ୍ରସ କମିଟି ବୈଠକ ଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକରେ ଜିଲାରେ ରେଡକ୍ରସ କାର୍ଯ୍ୟକ୍ରମ ନେଇ ସମୀକ୍ଷା କରାଯିବା ସହିତ ୨୦୨୨୨୩ ରେ ଜିଲା ରେଡକ୍ରସ ସମିତି ପାଇଁ କିପରି ଅଧିକ ପାଣ୍ଠି ଯୋଗାଡ କରାଯାଇପାରିବ ଆଲୋଚନା କରାଯାଇଥିଲା ବର୍ଷକୁ ଜିଲାରେ ଦୁଇଟି ସ୍ୱାସ୍ଥ୍ୟ ମେଳା ଆୟୋଜନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯିବା ସହିତ ଜିଲାର ସମସ୍ତ ଅଧିକାରୀ, କର୍ମଚାରୀ ରେଡକ୍ରସର ଆଜୀବନ ସଦସ୍ୟତା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଏଥିସହିତ ସମସ୍ତ ପଞ୍ଚାୟତ ସମିତି ଜିଲାପରିଷଦ ସଭ୍ୟମାନେ ରେଡକ୍ରସର ଆଜୀବନ ସଦସ୍ୟତା ଗ୍ରହଣ କରିବାକୁ ନିବେଦନ କରାଯିବା ସହିତ ସମସ୍ତଙ୍କୁ ପ୍ରମାଣପତ୍ର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା

ରେଡକ୍ରସ ପାଣ୍ଠି ବୃଦ୍ଧି ପାଇଁ ସମସ୍ତ ବସ ମାଲିକ, ଟାକ୍ସି ମାଲିକ, ଟ୍ରକ ମାଲିକଙ୍କ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନର ମାଲିକମାନଙ୍କୁ ରେଡକ୍ରସର ଆଜୀବନ ସଦସ୍ୟଭୁକ୍ତ କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା   ବର୍ଷକରୁ ଅନ୍ୟୁନ ୪ଥର ଜିଲା ରେଡକ୍ରସ ସମିତିର ବୈଠକ ଅନୁଷ୍ଠିତ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବିବତାରାଣୀ ଦଳବେହେରା, ଜିଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଉପଜିଲାପାଳ ସନତ କୁମାର ନାଏକ, ଜିଲା ରେଡକ୍ରସର ସଂପାଦକ ବିଜୟ କୁମାର ପ୍ରଧାନ, ଜିଲା ସୂଚନା ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ, ଡିଏସଆର ମଙ୍ଗଳୁ ଭୋଏ, ଜିଲା ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାୟକ, ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ମହାପାତ୍ର, ଯୁବରେଡକ୍ରସ ସଂପାଦକ ପ୍ରବୀର କୁମାର ଦାଶ ଜିଲା ରେଡକ୍ରସର ଆଜୀବନ ସଦସ୍ୟମାନେ ଉପସ୍ଥିତ ରହି ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ   

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories