ଠାକୁରମୁଣ୍ଡା : କେନ୍ଦ୍ରୀୟ ବଙ୍ଗୋପସାଗରରେ ହୋଇ ଥିବା ଲଘୁଚାପ ଜନିତ ବର୍ଷା କାରଣରୁ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡଙ୍ଗାଡ଼ିହା ଗ୍ରାମରେ ଅନେକ ଲୋକଙ୍କ ଘରର କାନ୍ଥ ଭୁଶୁଡି ପଡିଛି। କାନ୍ଥ ପଡି କାହାର କିଛି କ୍ଷତି ହୋଇ ନଥିବାର ଜଣା ପଡ଼ିଛି। ଶୁକ୍ରବାର ରାତି ଠାରୁ ଲାଗି ରହିଥିବା ବର୍ଷା ଯୋଗୁଁ ରାତି ସମୟରେ ଗ୍ରାମର ସିଲାଇ ବଦ୍ରା, ରେଙ୍ଗ ବଦ୍ରା,ଶୁକ୍ରା ପୂର୍ତ୍ତି, ଜାମ୍ବଈ ବଦ୍ରାଙ୍କ ଘର କାନ୍ଥ ଭୁଶୁଡି ପଡିଛି। ଖବର ପାଇ ସ୍ଥାନୀୟ ସରପଞ୍ଚ ବିକ୍ରମ ପିଙ୍ଗୁଆ ଗ୍ରାମକୁ ଯାଇ ବୁଲି ଦେଖିବା ସହ ରାଜସ୍ୱ ନିରୀକ୍ଷକଙ୍କୁ ଏ ସମ୍ପର୍କରେ ଖବର ଦେଇଛନ୍ତି।
Popular Categories



