www.samajalive.in
Sunday, December 7, 2025
26.1 C
Bhubaneswar

ବସ ଟ୍ରକ ମୁହାଁମୁହିଁ ଧକ୍କା; ଦୁଇ ଚାଳକ ସମତେ ବସ କଣ୍ଡକଟର ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ଯାତ୍ରୀ

ବୌଦ୍ଧ: ବୌଦ୍ଧ ଜିଲା ଖୋର୍ଦ୍ଧାବଲାଙ୍ଗୀର ଜାତୀୟ ରାଜପଥ (୫୭) ବୌଦ୍ଧ ଥାନା ଅନ୍ତର୍ଗତ ରାଧାନଗରଠାରେ  ଏକ ଯାତ୍ରୀବାହୀ ବସ ସହ ଏକ ଟ୍ରକର ମୁହାଁମୁହିଁ ଧକ୍କା ଯୋଗୁଁ ଜଣ ଆହତ  ହୋଇଥିବା ଜଣାପଡିଛି ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଦିଲଖୁସ ନାମକ ଏକ ଯାତ୍ରୀବାହୀ ବସ ( ଓଡି୦୨ଏୟୁ୨୫୯୭) ଜୟପୁରରୁ ଭୁବନେଶ୍ୱର ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ମାଲବାହୀ ଟ୍ରକ ରାଧାନଗର ଛକଠାରେ ବର୍ଷା ପବନ ଯୋଗୁଁ  ରାସ୍ତା ଉପରେ ପଡିଥିବା ଗଛକୁ ଅତିକ୍ରମ କଲାବେଳେ ବସଟି ଭାରସାମ୍ୟ ହରାଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ଏହି ଘଟଣା ରାତି ୩ଟା ସମୟରେ ହୋଇଥିବା ଜଣାପଡିଛି

ଦୁର୍ଘଟଣା ଯୋଗୁଁ  ବସର ଚାଳକ ନୟାଗଡ ଜିଲା ଶରଣଖୋଲ ଜଡିଆପାଲିର  ରୁଷିନାଥ ପାଇକରାୟ (୪୬) କଟକ ଜିଲା ବାଙ୍କିର ବସ କଣ୍ଡକଟର କିଶାନ ମହାପାତ୍ର (୪୬ ଟ୍ରକ ଚାଳକ ନୟାଗଡ ଜିଲା ପୁରୁଣାଦଶପଲାର ବିକ୍ରମ ରଣା ( ୩୫) ଆହତ ହୋଇଥିଲେ   ଆହତ ମାନଙ୍କୁ  ସ୍ଥାନୀୟ ମଟର ଚାଳକ ସଂଘର କର୍ମକର୍ତ୍ତା, ପୁଲିସ ଦମକଳ ବାହିନୀର କର୍ମଚାରୀ ମାନେ  ଉଦ୍ଧାର କରି ଆମ୍ବୁଲାନ୍ସ  ଯୋଗେ ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ ବସରେ ଥିବା ୨୦ରୁ ଅଧିକ ଯାତ୍ରୀ ଏହି ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛନ୍ତି ଦୁର୍ଘଟଣା ଯୋଗୁଁ ପ୍ରାୟ ଘଣ୍ଟା ଧରି ଜାତୀୟ ରାଜପଥରେ ଯାତାୟାତ ଠପ ହୋଇଯାଇଥିଲା ଘଟଣାସ୍ଥଳରେ ବୌଦ୍ଧ ପୁଲିସ ପହଞ୍ଚି ଦୁଇଗାଡିକୁ ରାତିରେ ହଁ ରାଜପଥରୁ ହଟାଇବା ପରେ ଯାନବାହାନ  ଚଳାଚଳ ସ୍ୱାଭାବିକ କରିଥିଲା ଏନେଇ ବୌଦ୍ଧ ଥାନାରେ ଏକ ମାମଲା ୨୧୬/୨୨ ରେ ରୁଜୁ ହୋଇଥିବା ଜଣାଯାଇଛି

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories