ପାଞ୍ଚ ଦଫା ଦାବିରେ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ଧାରଣା
ବୌଦ୍ଧ : ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ମୁଖ୍ୟାଳୟ ଆଗରେ ରାଜ୍ୟ ସମବାୟ କେନ୍ଦ୍ର ବ୍ୟାଙ୍କ ମହାସଂଘର ଆହ୍ବାନ କ୍ରମେ ବୁଧବାର ଠାରୁ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ କର୍ମଚାରୀଙ୍କ ତିନି ଦିନିଆ ଧାରଣା ଆରମ୍ଭ ହୋଇଛି। ଫଳରେ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ସମସ୍ତ ସମବାୟ ବ୍ୟାଙ୍କ ଶାଖାରେ କାରବାର ବାଧାପ୍ରାପ୍ତ ହୋଇଛି । ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ହେବାକୁ ଥିବା ବେଳେ ସେମାନେ ପାଞ୍ଚଟି ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇ ଥିବା ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ କର୍ମଚାରୀ ସଂଘ ସଭାପତି କ୍ଷୀରୋଦ କୁମାର୍ ମିଶ୍ର ଓ ସାଧାରଣ ସମ୍ପାଦକ ସୌମ୍ୟଜିତ ନାଏକ ସୁଚନା ଦେଇଛନ୍ତି। ପ୍ରମୁଖ ଦାବୀ ମଧ୍ୟରେ ୨୦୧୬ ମସିହା ଠାରୁ ସପ୍ତମ ବେତନ ଲାଗୁ, କର୍ମଚାରୀ ମାନଙ୍କ ପାଇଁ ପେନସନ ପାଣ୍ଠି ଗଠନ, କେନ୍ଦ୍ର ବ୍ୟାଙ୍କ ଓ ରାଜ୍ୟ ସମବାୟ ବ୍ୟାଙ୍କର ମିଶ୍ରଣ ଆଦି ରହିଥିବା ସୂଚନା ମିଳିଛି । ସେହିପରି ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ପୂର୍ବତନ କର୍ମଚାରୀ ସଂଘ ମଧ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ସମର୍ଥନ କରି ଧାରଣାରେ ସାମିଲ୍ ହୋଇଥିବା ଦେଖିବାକୁ ମିଳିଛି ।
Comments are closed.