www.samajalive.in
Saturday, December 6, 2025
23.1 C
Bhubaneswar

ଚାଷୀ ମୁଣ୍ଡରେ ଚଡକ : ଶହ ଶହ ହେକ୍ଟର ଧାନ ଫସଲରେ ଗଣ୍ଠିମରା ପୋକ ଓ ପତ୍ରପୋଡା ରୋଗ

ବୌଦ୍ଧ : ମହାନଦୀ ବନ୍ୟା ଜଳରେ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ନଦୀ କୂଳିଆ ଗାଁ ଗୁଡିକରେ ପଚିସଢି ନଷ୍ଟ ହୋଇ ଯାଇଥିବା ଫସଲର କ୍ଷୟକ୍ଷତି ଆକଳନ କରାଯାଇ ଚାଷୀଙ୍କୁ କ୍ଷତିପୁରଣ ମିଳିନଥିବାବେଳେ ବର୍ତ୍ତମାନ ବ୍ଲକର ଚାଷୀଙ୍କୁ ଆଉ ଏକ ବିପଦ ମାଡି ଆସିଛି। ବନ୍ୟାରେ ଯାହା ତ ଧାନ ଫସଲ କ୍ଷତି ହେଲା ଆଉ ଯେତିକି ବଞ୍ଚିଥିଲା ତାକୁ ଗଣ୍ଠିମରା ପୋକ ଓ ପତ୍ରପୋଡା ରୋଗ ନଷ୍ଟ କରିଦେଲାଣି । ବନ୍ୟା ପରେ ପରେ ଧାନ ଫସଲରେ  ଗଣ୍ଠିମରା ପୋକ ଓ ପତ୍ରପୋଡା ରୋଗ ଦେଖି ଚାଷୀଙ୍କ ମୁଣ୍ଡରେ ଚଡକ ପଡିଲାଣି । କାରଣ ବନ୍ୟା , ମରୁଡି ପ୍ରପୀଡିତ ହରଭଙ୍ଗା ବ୍ଲକ ର ପ୍ରାୟ ୯୦ ଭାଗ ଲୋକ ଚାଷ ଉପରେ ନିର୍ଭର କରି ଚଳିଥାନ୍ତି । ମାତ୍ର ପ୍ରତ୍ୟେକ ବର୍ଷ କିଛି ନା କିଛି ପ୍ରାକୃତିକ ବିପର୍ଯ୍ୟୟ ଘଟିବା ଫଳରେ ଚାଷୀର ମେରୁଦଣ୍ଡ ଦୋହଲିଯାଉଛି।

ଚଳିତ ବର୍ଷ ପାଣିପାଗର ଅନୁକୂଳ ବାତାବରଣ ଠିକଥିବାରୁ ଚାଷୀଙ୍କ ଧାନ ଫସଲ କିଆରି ହସୁଥିଲା । କିନ୍ତୁ ପ୍ରଥମେ ବନ୍ୟା ଆଉ ବର୍ତ୍ତମାନ ଦାଉସାଧୁଛନ୍ତି ଗଣ୍ଠିମରା ପୋକ ଓ ପତ୍ରପୋଡା ରୋଗ। ବ୍ଲକର ତିଲେଶ୍ୱର , ରାମଗଡ , ଲୁଣିବାହାଲ , ପୁରୁଣାକଟକ , ଧଳପୁର , ସାମ୍ପୋଚ , ଆଦି ପଞ୍ଚାୟତର ବୁରୁବୁଡା , ଘିମୁହାଣି , କୃଷ୍ଣପାଲି , ତିଲେଶ୍ୱର , ତାକୁଡ , ଖଜୁରିଆ , ମାଣିକପୁର , ସୁକପାଲି , ବଘୁଆକଟା , ରାମଗଡ . ଝରାସାଇ , ପରଗଳପୁର , କୁଇଲିସୂତା , ଠେଲାମାଣି , ମହିବାହାଲ ଆଦି ପ୍ରାୟ ଗ୍ରାମର ଶହଶହ ହେକ୍ଟର ଜମିରେ ଗଣ୍ଠିମରା ପୋକ ଓ ପତ୍ରପୋଡା ରୋଗ ଲାଗି ଧାନ ଗଛ ସବୁ ଶୁଖି ଯାଇଛି। ରୋଗପୋକକୁ କୀଟନାଶକ ଔଷଧ ପକାଇ ନିୟନ୍ତ୍ରଣ କରିପାରୁନାହାନ୍ତି ଚାଷୀ । ଲଗାତର ଭାବେ କୀଟନାଶକ ସିଞ୍ଚନ କରୁଥିଲେ ମଧ୍ୟ ରୋଗ କମିବା ପରିବର୍ତେ ବଢିଚାଲିଛି ବୋଲି ସୁଧିର ଦନ୍ତା , ଶୁରେଶ୍ୱର ଦନ୍ତା , ପବିତ୍ର ଭୋକ୍ତା , ନରି ଦୀପ , ସୁରେ ପ୍ରଧାନ , ସୁଜ୍ଞାନ କର୍ଣ୍ଣ , ଅରୁଣ ସାମଲ , ଗୁପ୍ତେଶ୍ୱର ପ୍ରଧାନ , ବିପିନ ବେହେରା ଙ୍କ ସମେତ ଶତାଧିକ ଚାଷୀ କହିଛନ୍ତି।

- Advertisement -

ମହାଜନଙ୍କ ପାଖରୁ କରଜ ଓ ବ୍ୟାଙ୍କ ଋଣ କରି ଚାଷୀପରିବାରମାନେ ଚାଷ କରିଥିବାବେଳେ ଏବେ ଧାନ ଫଳ ବାହାରିବା ସମୟ ହୋଇ ଆସୁଥିବାରୁ ପୋକ ଓ ପତ୍ରପୋଡା ରୋଗକୁ ନେଇ ଚିନ୍ତିତ ରହିଥିବା ପ୍ରକାଶ କରିଛନ୍ତି। ଯଦି ଏହି ପୋକ ଓ ପତ୍ରପୋଡା ରୋଗ ଏଭଳି ଲାଗିରୁହେ ଏବର୍ଷ ମୁଠାଏ ଧାନ ବିଲରୁ ମିଳିବା ଅସମ୍ଭବ ବୋଲି ଚାଷୀ ମାନେ ଜଣାଇଛନ୍ତି। ଏନେଇ ହରଭଙ୍ଗା ବ୍ଲକ କୃଷି ଅଧିକାରୀ କୃଷ୍ଣଚନ୍ଦ୍ର ବଘାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥବାରୁ ପ୍ଲାଣ୍ଟୋମାଇସିନ , ବ୍ଲାଇଟ୍ସ୍କେ  ଏବଂ ଏକର ପ୍ରତି ପଟାସ୍ ୧୦ କେଜି ପକାଗଲେ ଏହି ରୋଗର ପ୍ରତିକାର ହେବ ବୋଲି କହିଥିଲେ। ଜିଲ୍ଲା କୃଷି ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଏହାର ପ୍ରତିକାର ଏବଂ ବିହିତ ପଦକ୍ଷେପ ନେବାକୁ ଭାରତୀୟ କିଶାନ ସଂଘ ପକ୍ଷରୁ ଦାବୀ କରାଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories