www.samajalive.in
Saturday, December 6, 2025
26.1 C
Bhubaneswar

ମହଙ୍ଗା ପଡିଲା ସେଲଫି : ସାଲୁଙ୍ଖୀ ନଦୀରେ ବୁଡି ଯୁବ ଇଂଜିନିୟର ମୃତ

ବୌଦ୍ଧ  : ବୌଦ୍ଧବ୍ଲକ ଅନ୍ତର୍ଗତ ବଘିଆପଡା ପଞ୍ଚାୟତରେ ପାଲଝାର ଚେକଡ୍ୟାମରେ ସେଲଫି ନେଉଥିବାବେଳେ ଜଣେ ଯୁବ ଇଂଜିନିୟରଙ୍କ ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି। ସୂଚନା ମୁତାବକ ସାଲୁଙ୍ଖୀ ନଦୀ ଉପରେ ନିର୍ମିତ ଏହି ଚେକଡ୍ୟାମକୁ ରବିବାର ମଧ୍ୟାହ୍ନରେ ବୌଦ୍ଧରେ ମେଗା ଉଠାଜଳସେଚନ ପକଳ୍ପ ନିର୍ମାଣ କାର୍ଯ୍ୟ କରୁଥିବା କିଛି ଅଣଓଡ଼ିଆ ଲୋକ ଦୁଇଗୋଟି ଗାଡିରେ ବୁଲିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ତିନିଜଣ ଇଂନିଜିନିୟର ପାଲଝାର ଡ୍ୟାମ ନିକଟରେ ସେଲଫି ନେଉଥିବାବେଳେ ଖରସ୍ରୋତା ନଦୀ ଜଳରେ ଜଣଙ୍କର ମୋବାଇଲଟି ପଡିଯାଇଥିଲା। ଫଳରେ ମୋବାଇଲ ଖୋଜିବାକୁ ତିନିଜଣ ଡ୍ୟାମ ତଳକୁ ଓହ୍ଲାଇଥିବା ବେଳେ ପାଣିର ଖରସ୍ରୋତ ଯୋଗୁଁ ଦୁଇଜଣଙ୍କ ଗୋଡ ଖସିଯିବାରୁ ଭାସି ଯାଇଥିଲେ।

ସେଠାରେ ମାଛ ମାରୁଥିବା କିଛି ଲୋକ ଜଣକୁ ଉଦ୍ଧାର କରିବାରେ ସଫଳ ହୋଇଥିବାବେଳେ ଅନ୍ୟଜଣେ ଯୁବ ଇଂନିଜିନିୟର ନଦୀ ଜଳରେ ନିଖୋଜ ହୋଇଯାଇଥିଲେ। ଅନେକ ଖୋଜାଖୋଜି ପରେ ନପାଇବାରୁ ଶେଷରେ ଏନେଇ ବୌଦ୍ଧ ଅଗ୍ନିଶମ ବିଭାଗ ଓ ବଘିଆଫାଣ୍ଡିରେ ସୂଚନା ଦିଆଯାଇଥିଲା। ତେବେ ରାତ୍ରିରେ ଉଦ୍ଧାର କାର୍ଯ୍ୟ ସମ୍ଭବ ନଥିବାରୁ ସକାଳୁ ଅଗ୍ନିଶମ ବିଭାଗର ଓଡ୍ରାଫ ଟିମ ଓ ବଘିଆପଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଇଂଜିନିୟରଙ୍କୁ ଖୋଜିବା ଆରମ୍ଭ କରିଥିଲେ। ଦୀର୍ଘ ସମୟ ପ୍ରଚେଷ୍ଟା ପରେ ଓଡ୍ରାଫ ଟିମ ତାଙ୍କର ମୃତ ଦେହ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ମୃତ ଇଂଜିନିୟରଙ୍କ ନାମ ମୁକୁନ୍ଦମ ଆର (୨୨ ବର୍ଷ) ହୋଇଥିବାବେଳେ ତାଙ୍କ ଘର ତାମିଲନାଡୁ ବୋଲି ଜଣାପଡିଛି। ପୁଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories