www.samajalive.in
Monday, December 8, 2025
14.1 C
Bhubaneswar

ରାମକୃଷ୍ଣ ବାଳାଶ୍ରମରେ ରେଡକ୍ରସ ପକ୍ଷରୁ କରୋନା ସଚେତନତା ଓ ସହାୟତା ବଣ୍ଟନ କାର୍ଯ୍ୟକ୍ରମ

ବୌଦ୍ଧ : ବୌଦ୍ଧଜିଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାମକୃଷ୍ଣ ବାଳାଶ୍ରମରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଯୁବରେଡକ୍ରସ ପକ୍ଷରୁ ଯୁବ ରେଡକ୍ରସ ପକ୍ଷରୁ ଓଡ଼ିଶା ରେଡକ୍ରସ ସହାୟତାରେ ଏକ କରୋନା ସଚେତନତା ଓ ସହାୟତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କରୋନାର ଦ୍ୱିତିୟ ଲହର ସଂକ୍ରମଣ ଜିଲାରେ କମି ଆସିବାପରେ ତୃତୀୟ ଲହର ନେଇ ଆଶଙ୍କା କରାଯାଉଥିବାବେଳେ ଏଥିରେ ଶିଶୁମାନେ ସଂକ୍ରମିତ ହେବାର ସମ୍ଭାବନା ବ୍ୟକ୍ତ କରାଯାଇଛି। ତେଣୁ ଶିଶୁମାନଙ୍କୁ କରୋନାର ଦ୍ୱିତିୟ ଲହର ସହ ତୃତୀୟ ଲହର ସମ୍ପର୍କରେ ସଚେତନ କରିବା ପାଇଁ ଯୁବରେଡକ୍ରସ ସମ୍ପାଦକ ପ୍ରବୀର କୁମାର ଦାସଙ୍କ ନେତୃତ୍ୱରେ ଏକ ସ୍ୱେଛାସେବୀ ଦଳ ରାମକୃଷ୍ଣ ବାଳାଶ୍ରମରେ ପହଞ୍ଚି ପୁଅଝିଅମାନଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ଓ କରୋନାରୁ ସୁରକ୍ଷା ପାଇଁ ସମସ୍ତ ପ୍ରତିକାର ବିଷୟରେ ଅବଗତ କରରାଇଥିଲେ। ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ କୁମାର ପ୍ରଧାନ କାର୍ଯ୍ୟକ୍ରମରେ ଯୋଗଦାନ କରି ବାଳାଶ୍ରମର ଶିଶୁମାନଙ୍କୁ ଏବଂ ତାଙ୍କର ଯତ୍ନ ନେଉଥିବା କର୍ମଚାରୀମାନଙ୍କୁ ଅନେକ ଉପଯୋଗୀ ପରାମର୍ଶ ଦେଇଥିଲେ।

 

- Advertisement -

ଅନୁଷ୍ଠାନର ସମ୍ପାଦକ ନବୀନ ଚନ୍ଦ୍ର ବଘାର କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଏହି ଅବସରରେ ସମସ୍ତ ଅନ୍ତେବାସୀମାନଙ୍କୁ ରାଜ୍ୟ ରେଡକ୍ରସ ଦ୍ୱାରା ପ୍ରଦତ୍ତ ମାସ୍କ,ସାବୁନ,ବ୍ରସ,ପେଷ୍ଟ,ସାନିଟାରୀ ପ୍ୟାଡ ଓ ଫିନାଇଲ ଇତ୍ୟାଦି ପ୍ରଦାନ କରିଥିଲେ। ରେଡକ୍ରସର ସ୍ୱେଛାସେବୀ ପ୍ରମୋଦ ସାହୁ ଓ ଦେବଜିତ ମେହେର ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ। ବାଳାଶ୍ରମର ସୁପରିଟେଣ୍ଡେଣ୍ଟ୍ ଜୟଶ୍ରୀ ସରାଫ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ବାଳାଶ୍ରମର ସମସ୍ତ ୮୦ ଜଣ ଅନ୍ତେବାସୀଙ୍କୁ ସ୍ୱଛତା ସାମଗ୍ରୀ ପ୍ରଦାନ କରାଯାଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories