www.samajalive.in
Friday, December 5, 2025
20.1 C
Bhubaneswar

ଜିଲା ରେଡକ୍ରସ ପାଣ୍ଠି ପାଇଁ ଦୁଇମାସରେ ୧୧.୪୩ ଲକ୍ଷ ଟଙ୍କା ସଂଗ୍ରହ

ବୌଦ୍ଧ : ବୌଦ୍ଧରେ ନୂତନ ଜିଲ୍ଲାପାଳ ଭାବରେ ସତ୍ୟ ରଞ୍ଜନ ସାହୁ ଯୋଗଦେବା ପରେ ଦୁଇମାସ ମଧ୍ୟରେ ଜିଲା ରେଡକ୍ରସ ପାଣ୍ଠି ପାଇଁ ୧୧.୪୩ ଲକ୍ଷ ଟଙ୍କା ସଂଗ୍ରହ କରାଯାଇଥିବା ଜଣାପଡିଛି। ଦେଶରେ ରାଷ୍ଟ୍ରପତି ଓ ରାଜ୍ୟରେ ରାଜ୍ୟପାଳ ସିଧାସଳଖ ରେଡକ୍ରସ କାର୍ଯ୍ୟକ୍ରମ ଦାୟିତ୍ୱରେ ରହିଥିବାବେଳେ ଜିଲାସ୍ତରରେ ଜିଲାପାଳମାନେ ଏହାର ଅଧ୍ୟକ୍ଷ ଭାବରେ କାର୍ଯ୍ୟ ତୁଲାଇଥାନ୍ତି। ପ୍ରତିଦିନ ଜିଲାପାଳଙ୍କ ଦ୍ୱାରସ୍ଥ ହେଉଥିବା ଅଗଣିତ ଦୁଃଖୀ ଦରିଦ୍ରଙ୍କ ସହାୟତା ପାଇଁ ରେଡକ୍ରସ ପାଣ୍ଠିର ବିନିଯୋଗ ହୋଇଥାଏ। ଦୁର୍ଘଟଣା ସହାୟତା ହେଉକି ଗରିବ ଛାତ୍ରଛାତ୍ରୀଙ୍କ ପାଠପଢା, ଘରପୋଡି,ବନ୍ୟା,ବାତ୍ୟା ଏବଂ ଦୁରାରୋଗ୍ୟ ପାଇଁ ରେଡକ୍ରସ ପାଣ୍ଠିରୁ ସହାୟତା ଯୋଗାଇ ଦିଆଯାଇଥାଏ।
ଏହାବ୍ୟତୀତ ରକ୍ତ ଭଣ୍ଡାରର ଜରୁରୀ ଆବଶ୍ୟକତା ଜିଲା ରେଡକ୍ରସ ପାଣ୍ଠିରୁ ଯୋଗାଇଦିଆଯାଇଥାଏ। ତେଣୁ ରେଡକ୍ରସ ଏକ ଆନ୍ତର୍ଜାତୀୟ ସେବା ସଂସ୍ଥା ହେଲେ ମଧ୍ୟ ଜିଲାସ୍ତରରେ ଏହାର ଗୁରୁତ୍ୱ ବହୁଳ ଭାବରେ ରହିଆସିଛି। ତେଣୁ ଜିଲାସ୍ତରରେ ଜମି କ୍ରୟ ବିକ୍ରୟ ହେଉକି ପ୍ରମାଣପତ୍ର ସଂଗ୍ରହ,ଲାଇସେନ୍ସ ପ୍ରଦାନ ଓ ସମସ୍ତ ପ୍ରକାର ଅନୁମତି ପତ୍ର ପ୍ରଦାନ ସମୟରେ ରସିଦ ଦେଇ ରେଡକ୍ରସ ପାଇଁ ପାଣ୍ଠି ସଂଗ୍ରହ କରାଯାଇଥାଏ। ପୂର୍ବତନ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କରୋନା ମହାମାରୀ ସମୟରେ ଲୋକଙ୍କ ଠାରୁ ଆଦାୟ କରାଯାଉଥିବା ସମସ୍ତ ଜୋରିମାନାକୁ ଜିଲା ରେଡକ୍ରସ ପାଣ୍ଠିକୁ ଦିଆଯାଇଥିଲା।
ଏହି ସମୟରେ ଜିଲା ପୁଲିସ ପକ୍ଷରୁ ସର୍ବାଧିକ ଅର୍ଥ ସଂଗ୍ରହ କରାଯାଇ ରେଡକ୍ରସ ପାଣ୍ଠିକୁ ଦିଆଯାଇଥିଲା। ପୂର୍ବରୁ ଜିଲାପାଳମାନେ ରେଡକ୍ରସ କାର୍ଯ୍ୟକ୍ରମ ପ୍ରତି ଅବହେଳା କରିଆସିଥିବା ଏହାର ଆଜୀବନ ସଦସ୍ୟମାନେ ସବୁବେଳେ ଅଭିଯୋଗ କରି ଆସୁଥିବା ବେଳେ ଗତ ଅଗଷ୍ଟ ୧୪ ତାରିଖରେ ନୂତନ ଜିଲାପାଳ ଶ୍ରୀସାହୁ କାର୍ଯ୍ୟରେ ଯୋଗଦେବାପରେ ଜିଲାରେ ରେଡକ୍ରସ ପାଣ୍ଠି ବୃଦ୍ଧିକୁ ଗୁରୁତ୍ୱ ପ୍ରଦାନ କରି ୧୯ ତାରିଖରେ ଜିଲା ରେଡକ୍ରସ କମିଟି ବୈଠକ ଡାକିଥିଲେ। ବୈଠକରେ ଜିଲା ରେଡକ୍ରସ ପାଣ୍ଠି ବୃଦ୍ଧି କରାଯିବା ନେଇ କମିଟି ସଦସ୍ୟମାନେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ଏଥିରେ ବିଭିନ୍ନ ବଦାନ୍ୟ ବ୍ୟକ୍ତିବିଶେଷଙ୍କ ଠାରୁ ରେଡକ୍ରସ ପାଇଁ ସହାୟତା ଯୋଗାଡ,ରେଡକ୍ରସର ଆଜୀବନ ସଦସ୍ୟ ସଂଖ୍ୟା ବୃଦ୍ଧିକୁ ଗୁରୁତ୍ୱ ଦିଆଯାଇ ଜିଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ରେଡକ୍ରସର ଆଜୀବନ ସଦସ୍ୟ ହେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହା ଦ୍ୱାରା ଜିଲାରେ ଦୁଇମାସ ମଧ୍ୟରେ ୧୧.୪୩ ଲକ୍ଷ ଟଙ୍କା ରେଡକ୍ରସ ପାଣ୍ଠି ସଂଗ୍ରହ ହୋଇପାରିଥିବା ଜଣାଯାଇଛି। ଜିଲା ରେଡକ୍ରସ ପାଣ୍ଠି ବୃଦ୍ଧିରେ ସମସ୍ତ ଜିଲାବାସୀ ସହଯୋଗର ହାତ ବଢାଇବାକୁ ଜିଲାପାଳ ଶ୍ରୀଯୁକ୍ତ ସାହୁ ଆହ୍ୱାନ ଜଣାଇଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories