www.samajalive.in
Saturday, December 6, 2025
14.1 C
Bhubaneswar

ଲଗାଣ ବର୍ଷାରେ ଭାଙ୍ଗିଲା କାନ୍ଥ ; ଅଳ୍ପକେ ବର୍ତିଲେ ବୃଦ୍ଧା

ଚାରିଛକ :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଠିଡିକାଜୋର ଗ୍ରାମରେ ଗତ ଦୁଇ ଦିନ ହେଲା ଲଗାଣ ବର୍ଷାରେ ବିଳମ୍ବିତ ରାତିରେ ହୀରା ମଲ୍ଲିକ ନାମକ ୭୦ ବର୍ଷୀୟ ବୃଦ୍ଧା ଶୋଇଥିବା ବେଳେ କାନ୍ଥ ଭାଙ୍ଗି ଯାଇଥିଲା । ଫଳରେ ଅଳ୍ପକେ ବୃଦ୍ଧା ଜଣକ ରକ୍ଷା ପାଇ ଯାଇଛନ୍ତି । ହେଲେ ଗତ କିଛି ଦିନ ହେଲା ଘରେ ବର୍ଷା ଯୋଗୁଁ ପାଣି ଗଳୁ ଥିଲା । ତେବେ ଘର ଛପର ଘୋଡାଇବା ପାଇଁ ପାଲ ଖଣ୍ଡେ ପାଇଁ ବାରମ୍ବାର ତହସିଲଦାରଙ୍କ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିଥିଲେ । ତହସିଲଦାର ଆଡେଣିଗଡ଼ ରାଜସ୍ବ ନିରୀକ୍ଷକଙ୍କୁ ସମ୍ପୃକ୍ତ ମହିଳାଙ୍କ ଘର ତଦନ୍ତ କରି ଜରିପାଲ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ଦୀର୍ଘ ଦିନ ବିତିଯାଇଥିଲେ ସୁଦ୍ଧା ପାଲା ଯୋଗାଯାଇନଥିଲା । ଫଳରେ ଦୁଇ ଦିନର ଲଗାଣ ବର୍ଷାରେ ଘରେ ପାଣି ଗଳି ବିଳମ୍ବିତ ରାତ୍ରିରେ କାନ୍ଥ ଭୁଶୁଡି ପଡିଥିଲା । ହେଲେ ବୃଦ୍ଧାଙ୍କ କୌଣସି କ୍ଷତି ହୋଇ ନଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories