ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉଦଯାପିତ

ବୌଦ୍ଧ: ବୌଦ୍ଧରେ ସପ୍ତାହ ବ୍ୟାପୀ ଚାଲିଥିବା ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀକକ୍ଷଠାରେ ଦୁର୍ନୀତି ନିବାରଣ ଇନ୍ସପେକ୍ଟର ଯଜ୍ଞବନ୍ଧୁ ଅଙ୍ଗାରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଜିଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର କୁମାର ରାଉତ, ଡିଏସପି ଡିଆଇବି ଦେବାଶିଷ ଧଳ ପ୍ରମୁଖ ଯୋଗଦେଇ ଦୁର୍ନୀତି ଯୋଗୁଁ ଦେଶର ପ୍ରଗତି କିପରି ପ୍ରଭାବିତ ହେଉଛି ସେ ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଆୟୋଜିତ ଏକ ସଚେତନତା ଶୋଭାଯାତ୍ରାକୁ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଓ ଡିଏସପି ଡିଆଇବି ଦେବାଶିଷ ଧଳ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଦୁର୍ନୀତି ନିବାରଣ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିବାପରେ ମର୍ଜାକୁଦ ସେତୁ ଛକଠାରେ ଜିତେନ୍ଦ୍ର ମହାନ୍ତି ଓ ସାଥୀ କଳାକାରଙ୍କ ଦ୍ୱାରା ଏକ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା। ଶୋଭାଯାତ୍ରାରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର,ମହିଳା ମହାବିଦ୍ୟାଳୟ,ଏନଏନଏମ ତାଲିମ ଅନୁଷ୍ଠାନ,ସ୍ୱୟଂସହାୟକ ଗୋଷ୍ଠୀ,ସ୍ୱଛସାଥୀ, ଜଳସାଥୀ, ଜିଲାସ୍ତରୀୟ ଅଧିକାରୀ ଓ ପୋଲିସ କର୍ମଚାରୀମାନେ ସାମିଲ ହୋଇଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି ସଚେତନତା ସପ୍ତାହ ପାଳନ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଉଦଯାପନୀ ଉତ୍ସବରେ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଏନଏସିର ନିର୍ବାହୀ ଅଧିକାରୀ ଇଂ.ମନୋରଞ୍ଜନ ପଣ୍ଡା, ଥାନା ଅଧିକାରୀ ମାଧବାନନ୍ଦ ନାଏକ, ରିଜର୍ଭ ଇନିସପେକ୍ଟର ମଧୁସୁଦନ ମହାପାତ୍ର, ଉଠାଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଯୋଗେନ୍ଦ୍ର ରଥ, ଜଳଛାୟା ମିଶନର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦିପ୍ତ କୁମାର ମହାନ୍ତି ଏବଂ ନେହେରୁ ଯୁବକେନ୍ଦ୍ର ଓ ଲୋକ କଳା ବିକାଶ କେନ୍ଦ୍ର ସରସରାର ସ୍ୱେଛାସେବୀମାନେ ସକ୍ରିୟ ସହଯୋଗ କରିଥିଲେ।

kalyan agarbati

Comments are closed.