www.samajalive.in
Thursday, December 11, 2025
13.1 C
Bhubaneswar

ସାମ୍ବାଦିକ ସୁରକ୍ଷା ଆଇନ ତୁରନ୍ତ ଲାଗୁ କରିବାକୁ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

ବୌଦ୍ଧ: ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ବର ମାନ୍ୟତା ପ୍ରଦାନସହ କାର୍ଯ୍ୟକ୍ଷେତ୍ରରେ ସମସ୍ତ ସ୍ୱାଧୀନତା ପ୍ରଦାନ କରାଯାଇଛି। କିନ୍ତୁ ସଂପ୍ରତି ରାଜ୍ୟରେ ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଆକ୍ରମଣର ଶୀକାର ହେବାକୁ ପଡୁଛି। ପୂର୍ବରୁ ଅପରାଧିୀମାନଙ୍କ ପକ୍ଷରୁ ସାମ୍ବାଦିକଙ୍କୁ ଆକ୍ରମଣର ଆଶଙ୍କା ରହୁଥିବାବେଳେ ବର୍ତମାନ କାର୍ଯ୍ୟକ୍ଷେତ୍ରରେ ସାମ୍ବାଦିକମାନଙ୍କୁ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ ଓ ସରକାରୀ ନିୟମକୁ ଅଣଦେଖା କରୁଥିବା ବ୍ୟକ୍ତିବିଶେଷଙ୍କ ଠାରୁ ମଧ୍ୟ ଆକ୍ରମଣର ଶୀକାର ହେବାକୁ ପଡୁଅଛି।

ଏହି ପରିପ୍ରେକ୍ଷିରେ ବର୍ତମାନ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷାକୁ ନେଇ ରାଜ୍ୟର ସମସ୍ତ ସାମ୍ବାଦିକ ସଂଘ ଓ ବରିଷ୍ଠ ସାମ୍ବାଦିକମାନେ ଉଦବେଗ ପ୍ରକାଶ କରିଛନ୍ତି। ନିକଟରେ ନୟାଗଡ,ପୁରୀ ଓ କେନ୍ଦ୍ରପଡା ଜିଲାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଛି। ତେଣୁ ଏହିସବୁ ଘଟଣା ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାସହ ସାମ୍ବାଦିକମାନେ ସୁରକ୍ଷିତ ଭାବରେ ନିଜର ଗଣତାନ୍ତ୍ରିକ ଦାୟିତ୍ୱ ତୁଲାଇବା ପାଇଁ ରାଜ୍ୟ ସରକାର ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ କାର୍ଯ୍ୟକରିବାକୁ ବୌଦ୍ଧଜିଲା ସାମ୍ବାଦିକ ସଂଘ ପକ୍ଷରୁ ଦାବି କରାଯାଇଛି। ସଂଘର ସଭାପତି ରତ୍ନାକର ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ସାକ୍ଷାତ କରି ରାଜ୍ୟରେ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବାକୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ରାଉତ, ଶଶାଙ୍କ ଶେଖର ମିଶ୍ର,ଉଦିତ କୁମାର ନାଗ,ସିମୁନ କୁମାର ନାଏକ ଓ ଶାଶ୍ୱତ କୁମାର ଦାଶ ପ୍ରମୁଖ ଯୋଗଦେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories