www.samajalive.in
Thursday, December 11, 2025
13.1 C
Bhubaneswar

ଓପିଏସସି ପ୍ରିଲିମିନାରୀ ପରୀକ୍ଷା ଘୁଞ୍ଚାଯାଉ

ଭୁବନେଶ୍ବର: କେନ୍ଦ୍ରୀୟ ଲୋକ ସେବା ଆୟୋଗ(ୟୁପିଏସସି) ଦ୍ବାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା(ମୌଖିକ)ଅଗଷ୍ଟ ୨ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହା ସେପ୍ଟେମ୍ବର ୨୨ ତାରିଖ ପର୍ୟ୍ୟନ୍ତଚାଲିବ। ଅପରପକ୍ଷରେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ(ଓସିଏସ)ପ୍ରିଲିମିନାରୀ ପରୀକ୍ଷା ଅଗଷ୍ଟ ୨୭ତାରିଖରେ ହେବ ବୋଲି ଧାର୍ଯ୍ୟ କରାଯାଇଛି। ଜୁଲାଇ ୧୯ତାରିଖ ଦିନ ଓପିଏସସି ଏହି ବିଜ୍ଞପ୍ତି ଜାରି କରିଥିଲେ। କିନ୍ତୁ ୟୁପିଏସସି ପକ୍ଷରୁ ସିଭିଲ ସର୍ଭିସ ପରୀକ୍ଷା(ମୌଖିକ)ପାଇଁ ନୋଟିସ ଜୁନ୯ରେ ପ୍ରକାଶ ପାଇଥିଲା ।

 

- Advertisement -

ଗୋଟିଏ ଦିନରେ ପ୍ରଶାସନିକ ସେବାର ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଧାର୍ୟ୍ୟହୋଇଥିବାରୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟିହେଉଛି। ଯେଉଁଭଳି ୟୁପିଏସସି ତାହାର ଗୋଟିଏ ସିଭିଲ ସର୍ଭିସ ପରୀକ୍ଷାର ଫାଇନାଲ ରେଜେଲ୍ଟ ପ୍ରକାଶ କରିସାରିଲା ପରେ ଆଉ ଗୋଟେ ପରୀକ୍ଷା କରେ, ସେଇଭଳି ପରୀକ୍ଷାର୍ଥୀମାନେ ଓପିଏସସି ଦ୍ବାରା ପରିଚାଳିତ ୨୦୧୯ସିଭିଲ ସର୍ଭିସପରୀକ୍ଷାର ଫାଇନାଲ ରେଜେଲ୍ଟ ପ୍ରକାଶ କରିସାରିଲା ପରେ ୨୦୨୦ମସିହାର ପ୍ରିଲିମିନାରୀ ପରୀକ୍ଷା କରିବା ପାଇଁ ଦରଖାସ୍ତ ମାଧ୍ୟମରେ ଓପିଏସସି ଅଧ୍ୟକ୍ଷଙ୍କୁ ଅବଗତ କରିଥିଲେ। ଗୋଟିଏ ପଟେ ରାଜ୍ୟରେ ବେକାରୀ ସଂଖ୍ୟା ଉତ୍କଟ ହୋଇଥିବା ବେଳେ ସାମାନ୍ୟତମ ଅବହେଳା କାରଣରୁ ବହୁ ମେଧାବୀ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇବାରୁ ବଞ୍ଚିତ ହେବାକୁ ଯାଉଛନ୍ତି। ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ତେଜୁଥିବାବେଳେ, ଆସନ୍ତା ଅଗଷ୍ଟ ୨୭ତାରିଖରେ ଓପିଏସସି ପକ୍ଷରୁ ଧାର୍ୟ୍ୟ ହୋଇଥିବା ଓଏଏସ ପ୍ରିଲିମିନାରୀ ପରୀକ୍ଷାକୁ ଘୁଞ୍ଚାଇବାକୁ ଦାବି କରାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories