ବୌଦ୍ଧ: ବୌଦ୍ଧ ପୁଲିସ ପକ୍ଷରୁ ଚଢାଉ କରାଯାଇ ୫୨ କିଲୋ ଚଂଜେଇ ଜବତ କରାଯାଇଥିବାବେଳେ ପୁଲିସକୁ ଦେଖି ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ସୂଚନା ଅନୁଯାୟୀ, ବୌଦ୍ଧ ଥାନା ଅନ୍ତର୍ଗତ ଗୌଡଧୂରମାଲ ଗ୍ରାମ ନିକଟରେ ଗଂଜେଇ ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ବୌଦ୍ଧ ପୁଲିସ ଏକ ଟିମ ସେଠାକୁ ଯାଇଥିଲା। ଗୌଡଧୁରମାଳ ଗ୍ରାମ ନିକଟରେ ଦୁଇଜଣ ବ୍ୟକ୍ତି ଜରି ବସ୍ତାରେ ଗଂଜେଇ ଧରି ଠିଆ ହୋଇଥିଲେ। ପୁଲିସ ଦେଖି ଗଂଜେଇ ଛାଡି ସେଠାରୁ ଫେରାର ହୋଇଯାଇଥିଲେ। ପୁଲିସ ଜରି ବସ୍ତାକୁ ତଲାସି କରିବାରୁ ସେଥିରେ ଗଂଜେଇ ଥିବା ଜଣିବାକୁ ପାଇଥିଲା। ଗଂଜେଇକୁ ଜବତ କରି ଓଜନ କରିବାରୁ ୫୨ କିଲୋ ହୋଇଥିଲା। ପୁଲିସ ୩୦୫/୨୨ରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଜାରିରଖିଛି।
Popular Categories



