ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାରରେ ବିଚାରାଧିନ କଏଦୀର ମୃତ୍ୟୁ
ବୌଦ୍ଧ: ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାରରେ ଜଣେ ବିଚାରଧିନ କଏଦୀର ମୃତ୍ୟୁ ମଙ୍ଗଳବାର ଦିନ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୁଚନା ମୁତାବକ କଂଟାମାଳ ଥାନା କଲରାକୋଠା ଗ୍ରାମର ଅରକ୍ଷୀତ ସାହୁ (୩୨) ଏକ ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଗତ ୩.୨.୨୨ ରିଖ ଠାରୁ ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାରରେ ବିଚାରାଧିନ କଏଦୀ ଭାବେ ରହିଆସୁଥିଲେ। ଗତ ସୋମବାର ରାତିରେ ଅରକ୍ଷିତଙ୍କ ଦେହ ଖରାପ ହେବାରୁ ତାଙ୍କୁ ତୁରନ୍ତ ଜେଲ କର୍ତ୍ତୃପକ୍ଷ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। କିନ୍ତୁ ମଙ୍ଗଳବାର ଦିନ ତାଙ୍କର ଚିକତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ଏନେଇ ଜେଲ ସୁପରିଟେଣ୍ଡେଣ୍ଟ୍ ଆଲୋକ କରଙ୍କୁ ପଚାରିବାରୁ କଏଦୀ ଜଣକ ଏକ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଥିବାବେଳେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ପ୍ରକାଶ କରିଛନ୍ତି। ବୌଦ୍ଧ ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ୩୩/୨୨ରେ ରୁଜୁ କରି ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡ଼ିଛି। ଏପଟେ କିଛି ଗଣମାଧ୍ୟମ ପ୍ରତିନିଧି ଜଣେ ବିଚରାଧିନ କଏଦୀଙ୍କ ମୃତ୍ୟୁ ଖବରପାଇ ବୌଦ୍ଧ ମେଡିକାଲକୁ ତଥ୍ୟ ସଂଗ୍ରହ ପାଇଁ ଯାଇଥିବାବେଳେ ସହକାରୀ ଜେଲର ଟୁନା ମଲିକ ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଗଣମାଧ୍ୟମ ପ୍ରତିନିଧିମାନେ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ସହକାରୀ ଜେଲର ଶ୍ରୀମଲିକଙ୍କ ବିରୋଧରେ ବୌଦ୍ଧ ଥାନାରେ ଥାନା କେସ ନଂ ୨୭୭/୨୨ରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ମାଧବାନନ୍ଦ ନାଏକ ସୁଚନା ଦେଇଛନ୍ତି।
Comments are closed.