ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

ବୌଦ୍ଧ: ବୌଦ୍ଧ ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବୌଦ୍ଧବ୍ଲକ ଅନ୍ତର୍ଗତ ପଦ୍ମନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ନାବାଳକ ନ୍ୟାୟ (ଯତ୍ନ ଏବଂ ସୁରକ୍ଷା) ଅଧିନିୟମ, ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷାର ଅଧିକାର ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହାକୁ ଜିଲା ଆଇନସେବା ପ୍ରାଧିକରଣ, ବୌଦ୍ଧର ସଚିବ ଚରଣଜିତ ଓରାମ ଅଧକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ନାବାଳକ ଜଷ୍ଟିସ୍ ବୋର୍ଡର ସଭ୍ୟ ରାଜୀବ ନାୟକ, ପଦ୍ମନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନାୟକ ମିଶ୍ର ଏବଂ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ। ଏଥିରେ ପଦ୍ମନପୁର ଗ୍ରାମର ଗ୍ରାମବାସୀ, ପଦ୍ମନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷୟତ୍ରୀ ବୃନ୍ଦ ଭାଗନେଇ ଏହାକୁ ସାଫଲ୍ୟମଣ୍ଡିତ କରିଥିଲେ। ଏଥିରେ ଶିଶୁ ମାନଙ୍କୁ ସେମାନଙ୍କ ପାଇଁ ଥିବା ବିଭିନ୍ନ ଆଇନଗତ ଏବଂ ଉନ୍ନତିମୂଳକ ସୁବିଧା ଉପରେ ବିସ୍ତୃତ ଭାବରେ ଆଲୋକପାତ କରାଯାଇଥିଲା।

kalyan agarbati

Comments are closed.